୨ ବର୍ଷର ଶିଶୁକୁ ରକ୍ତଦାନ କଲେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ

କେନ୍ଦୁଝର ଜିଲ୍ଲାମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ୨ ବର୍ଷ ବୟସର ସାନଭି ମହାନ୍ତଙ୍କୁ ଜରୁରୀକାଳୀନ ପରିସ୍ଥିତିରେ ଏକ ୟୁନିଟ ରକ୍ତଦାନ କରିଛନ୍ତି ୧୦୮ ଆମ୍ବୁଲାନ୍ସ ଇ.ଏମ.ଟି ଯଶବନ୍ତ ମହନ୍ତ | ସୂଚନା ଅନୁଯାୟୀ ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକର ସାନଭି ମହାନ୍ତ ସିକିଲସେଲ ରେ ପୀଡିତ ଏବଂ ନିୟମିତ ବ୍ୟବଧାନରେ ରକ୍ତ ଆବଶ୍ୟକ କରନ୍ତି | ଆଜି ସକାଳ ପ୍ରାୟ ୧୦ ଟା ସମୟରେ ଅନ୍ୟ ଜଣେ ରୋଗୀଙ୍କୁ ନେଇ ଗୋଟିଏ ୧୦୮ ଆମ୍ବୁଲାନ୍ସ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଯାଇଥିବା ସମୟରେ ସାନଭିଙ୍କ ବିଷୟରେ ଜାଣିବାକୁ ପାଇଥିଲେ | ସୌଭାଗ୍ୟବଶତଃ ୧୦୮ ଆମ୍ବୁଲାନ୍ସ ରେ କାର୍ଯ୍ୟରତ ଇ.ଏମ.ଟି ଯଶବନ୍ତ ମହନ୍ତଙ୍କ ବ୍ଲଡ଼ ଗ୍ରୁପ B+ ରହିଥିଲା ଏବଂ ସାନଭିଙ୍କର ମଧ୍ୟ ସମାନ ଗ୍ରୁପର ରକ୍ତ ଆବଶ୍ୟକ ହେଉଥିଲା | ତେଣୁ ଯଶବନ୍ତ କାଳବିଳମ୍ବ ନ କରି ସେହି ରୋଗୀଙ୍କ ପାଇଁ ଗୋଟିଏ ୟୁନିଟ ରକ୍ତ ଦାନ କରିଥିଲେ | ଏହି ମାନବୀୟ କାର୍ଯ୍ୟ ପାଇଁ ରୋଗୀଙ୍କ ବାପା ଏବଂ ଡାକ୍ତରଖାନା କର୍ତ୍ତୃପକ୍ଷ ଯଶୋବନ୍ତଙ୍କୁ ସାଧୁବାଦ ଜଣାଇଛନ୍ତି |

Leave a Reply

Your email address will not be published. Required fields are marked *