ସଂସଦରେ ପ୍ରବଳ ହଙ୍ଗାମା

ନୂଆଦିଲ୍ଲୀ: ଆମେରିକାରେ ଆଦାନୀଙ୍କୁ ଦୋଷାରୋପ ମାମଲାକୁ ନେଇ ବୁଧବାର ସଂସଦ ଭିତରେ ଓ ବାହାରେ ଝଡ଼ ଉଠିଛି। ଆମେରିକା ଦୋଷାରୋପରେ ଏହି ବିଲିୟନେୟାରଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ନାହିଁ ବୋଲି ଆଦାନୀ ଗ୍ରୁପ୍ ପକ୍ଷରୁ କୁହାଯାଇଥିଲେ ମଧ୍ୟ ସଂସଦରେ ଆଦାନୀ ଲାଞ୍ଚ ମାମଲା ପ୍ରତିଫଳିତ ହୋଇଥିଲା।

ଏହା ଉପରେ ଆଲୋଚନା ପାଇଁ ଅନେକ ବିରୋଧୀ ଦଳ ନେତା ନୋଟିସ୍ ଦେବା ସହ ସଂସଦରେ  ପ୍ରବଳ ହଙ୍ଗାମା କରିଛନ୍ତି। ହଟ୍ଟଗୋଳ ଜାରି ରହିବାରୁ ଉଭୟ ଗୃହକୁ ମୁଲତବୀ ରଖାଯାଇଥିଲା। କଂଗ୍ରେସ ଏବେ ଭାରତ-ବିରୋଧୀ ତଥା ଚୀନ୍-ସମର୍ଥକ ଆମେରିକୀୟ ନିବେଶକ ଜର୍ଜ ସୋରସଙ୍କ ‘ଷଡ଼୍‌ଯନ୍ତ୍ର’  କାର୍ଯ୍ୟକାରୀ କରୁଛି ବୋଲି ବିଜେପି ଅଭିଯୋଗ କରିଛି। 

Leave a Reply

Your email address will not be published. Required fields are marked *