କଟକ ଟ୍ରାଫିକ୍ ବ୍ୟବସ୍ଥାକୁ ଫୁ
କଟକ: ରାଜଧାନୀ ଭୁବନେଶ୍ୱରରେ କମିସନରେଟ୍ ଟ୍ରାଫିକ ପୋଲିସର କାର୍ଯ୍ୟାନୁଷ୍ଠାନ ଦେଖିବାକୁ ମିଳୁଛି। ସହରର ବିଭିନ୍ନ ସ୍ଥାନରେ ଲଗାଯାଇଥିବା ସିସିଟିଭିକୁ ମଧ୍ୟ ଏ କ୍ଷେତ୍ରରେ ଉପଯୋଗ କରାଯାଉଛି। ରଙ୍ଗରୁଟ୍ରେ ଗାଡ଼ି ଚଲାଇବା, ବିନା ହେଲମେଟ୍ରେ ଗାଡ଼ି ଚାଳନା, ଟ୍ରାଫିକ୍ ଛକରେ ଜେବ୍ରା କ୍ରସିଂ ଅତିକ୍ରମ କରିବା, ନାଲି ସିଗନାଲକୁ ଖାତିର୍ ନ କରି ରାସ୍ତା ପାର୍ ହେବା ଆଦି ନିୟମ ଉଲ୍ଲଙ୍ଘନକାରୀଙ୍କୁ ସାବାଡ୍ କରିବା ଉଦ୍ଦେଶ୍ୟରେ କମିସନରେଟ୍ ପୁଲିସ୍ ପକ୍ଷରୁ ଏଭଳି ବ୍ୟବସ୍ଥା କରାଯାଇଛି।

କିନ୍ତୁ ଚାଲାଣ କାଟିବା ଭଳି ଜରିମାନା ଆଦାୟ କ୍ଷେତ୍ରକୁ ଗୁରୁତ୍ବର ସହ ନିଆଯାଉ ନଥିବାରୁ ଏହି ଇ-ଚାଲାଣ ବ୍ୟବସ୍ଥା ଏକପ୍ରକାର ପ୍ରହସନରେ ପରିଣତ ହୋଇଛି। ଫଳରେ ଅମାନିଆମାନେ ବାରମ୍ବାର ଟ୍ରାଫିକ୍ ନିୟମ ଉଲ୍ଲଂଘନ କରି ଚାଲିଛନ୍ତି। ଏକ ତଥ୍ୟରୁ ଜଣାଯାଇଛି ଯେ କମିସନରେଟ୍ ପୋଲିସ୍ ଯେତିକି ଚାଲାଣ କାଟୁଛି, ତାହାର ମାତ୍ର ୨୦% ଚାଲାଣରୁ ଜରିମାାନା ଆଦାୟ ହୋଇଛି। ଉଲ୍ଲଂଘନକାରୀଙ୍କୁ କୋର୍ଟ ବାରମ୍ବାର ସମନ୍ ପଠାଉଥିଲେ ମଧ୍ୟ ସେମାନେ ସମନ୍କୁ ଖାତିର କରୁନାହାନ୍ତି। ପୂର୍ବ ଭଳି ଟ୍ରାଫିକ୍ ନିୟମକୁ ବେଖାତିର କରୁଛନ୍ତି ବାଇକ୍ ଚାଳକ।ସେପଟେ ସହରର ରାସ୍ତାସବୁକୁ ଦେଖିଲେ ଲାଗୁଛି ଯେମିତି ଟ୍ରାଫିକ୍ ପୋଲିସ ନାହାଁନ୍ତି। ପ୍ରତ୍ୟେକ ଛକରେ ଦୁଇ ଜଣ ଟ୍ରାଫିକ୍ କନଷ୍ଟେବଲଙ୍କୁ ଡ୍ୟୁଟି ଦିଆଯାଉଛି। ଜଣେ ପୋଷ୍ଟରେ ଠିଆ ହୋଇ ସିଗନାଲ୍ ଦେଉଥିବା ବେଳେ ଅନ୍ୟ ଜଣେ ଗାଡ଼ିଗୁଡ଼ିକୁ ସୂଚାରୁ ଢ଼ଙ୍ଗରେ ଛାଡ଼ିବା ବ୍ୟବସ୍ଥା କରିବ। କିନ୍ତୁ ଏବେ ବିଭିନ୍ନ ଛକରେ ଦେଖିବାକୁ ମିଳୁଛି, ଜଣେ ଟ୍ରାଫିକ୍ କନ୍ଷ୍ଟେବଲ୍ ଥିବା ବେଳେ ଅନ୍ୟ ଜଣେ କେଉଁ ବାଇକ୍ ଉପରେ ବସି ମୋବାଇଲ୍ରେ ମାତି ଥିବେ।
