ସୋଫିଆଙ୍କୁ ଅଡ଼ୁଆରେ ପକାଉଛନ୍ତି ମୋକିମ
ରାଜ୍ୟ ରାଜନୀତିରେ ଏବେ ଗୋଟିଏ ଚର୍ଚ୍ଚା ନୂଆ ଦଳ। ଆଉ ଏହି ନୂଆ ଦଳକୁ ନେଇ ସବୁଠୁ ଅଧିକ ଚର୍ଚ୍ଚା ହେଉଛି ବାରବାଟୀର ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କୁ ନେଇକି। ଚର୍ଚ୍ଚା ହେଉଛି ମୋକିମ୍ ଖୁବଶୀଘ୍ର ନୂଆ ଦଳ ଗଠନ କରିବା ପାଇଁ ଯାଇଛନ୍ତି। ମୋକିମଙ୍କୁ କଂଗ୍ରେସରୁ ନିଲମ୍ବିତ କରିବା ପରେ ଏହି ଚର୍ଚ୍ଚା ଆହୁରି ଅଧିକ ଘନେଇବାରେ ଲାଗିଛି। ମୋକିମ ନିକଟରେ କଂଗ୍ରେସର ଶୀର୍ଷ ନେତୃତ୍ୱ କୁହାଯାଉଥିବା ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖି ପିସିସି ସଭାପତି ଓ କେନ୍ଦ୍ରୀୟ ନେତୃତ୍ବ ଉପରେ ଅସନ୍ତୋଷ ଝାଡ଼ିଥିଲେ। ଏମିତି କି ରାହୁଲ ଗାନ୍ଧୀଙ୍କ ଭୂମିକାକୁ ନେଇ ମଧ୍ୟ ପ୍ରଶ୍ନ କରିବାକୁ ପଛାଇ ନଥିଲେ। ତାପରେ ମହମ୍ମଦ ମୋକିମଙ୍କୁ କଂଗ୍ରେସରୁ ନିଲମ୍ବନ କରାଯାଇଛି। ଆଉ ତାପରେ ମୋକିମ ନୂଆ ଦଳ କରିବା ନେଇ ଚର୍ଚ୍ଚା ଘନେଇବାରେ ଲାଗିଛି।
ନିକଟରେ ମହମ୍ମଦ ମୋକିମ ବରିଷ୍ଠ ରାଜନେତା ବିଜୟ ମହାପାତ୍ରଙ୍କୁ ଭେଟିଲା ପରେ ଏହି ଚର୍ଚ୍ଚା ଆହୁରି ଅଧିକ ହେବାରେ ଲାଗିଛି। ହେଲେ ଏବେ ସବୁଠୁ ବେଶି ଅଡ଼ୁଆରେ ପଡିଛନ୍ତି କଟକ ବିଧାୟିକା ତଥା ମହମ୍ମଦ ମୋକିମଙ୍କ ଝିଅ ସୋଫିଆ ଫିର୍ଦୋସ। ମୋକିମ୍ ଯଦି ନୂଆ ଦଳ ତିଆରି କରନ୍ତି ତାହେଲେ ଦଳ ସୋଫିଆଙ୍କ ଉପରେ ବିଶ୍ୱାସ କରିବେ ତ ବୋଲି ପ୍ରଶ୍ନ ଉଠୁଛି। ସୋଫିଆ ନିଜର କାର୍ଯ୍ୟଶୈଳୀ କୁ ନେଇ ରାଜ୍ୟରେ ବେଶ୍ ଚର୍ଚ୍ଚା ଥିବା ବେଳେ ମହମ୍ମଦ ମୋକୀମଙ୍କ ନୂଆ ଦଳ ଚର୍ଚ୍ଚା ସୋଫିଆଙ୍କ ରାଜନୀତି ଜୀବନ ଉପରେ ମଧ୍ୟ ପ୍ରଶ୍ନ ଉଠାଇପାରେ। ଜଣେ ବିଧାୟିକାଙ୍କ ବାପା ଯଦି ନୂଆ ଦଳ ଗଢିବେ ତାଙ୍କୁ କେମିତି ଭରୋଷା କରିବ କଂଗ୍ରେସ।
