୧ କୋଟି ୬୪ ଲକ୍ଷ ଟଙ୍କା ମୂଲ୍ୟର ବେଆଇନ ମାଦକ ଦ୍ରବ୍ୟ ଓ ସାମଗ୍ରୀ ଜବତ

ପୋଲିସ ସହ ସମନ୍ୱୟରେ ଡ଼ିସେମ୍ବର ୨୦ ତାରିଖରୁ ଆରମ୍ଭ ହୋଇଥିବା ସ୍ୱତନ୍ତ୍ର ଅବକାରୀ ଚଢ଼ାଉ ଅଭିଯାନର ପ୍ରଥମ ଦୁଇ ଦିନରେ  ପ୍ରାୟ ୧. ୬୪ କୋଟି ଟଙ୍କା ମୂଲ୍ୟର ଅବୈଧ ମାଦକ ଦ୍ରବ୍ୟ ତଥା ବେଆଇନ ସାମଗ୍ରୀ ଜବତ କରାଯାଇଛି।

ନବବର୍ଷ ଉତ୍ସବକୁ ଶାନ୍ତିପୂର୍ଣ୍ଣ ଓ ଶୃଙ୍ଖଳିତ ଲକ୍ଷ୍ୟରେ ଆରମ୍ଭ ହୋଇଥିବା ଏହି ଚଢ଼ାଉ ଅଭିଯାନରେ ୪ଟି  NDPS ମାମଲା ସହ ମୋଟ ୩୧୮ ଟି ମାମଲା ରୁଜୁ ହୋଇଛି I ଯେଉଁଥିରେ ୧୩୪ ଜଣଙ୍କୁ ଗିରଫ କରାଯାଇଛି। ବେଆଇନ ମଦ ଓ ନାର୍କୋଟିକ୍ସ ଚୋରା ଚାଲାଣରେ ଘଟଣାରେ ୧୨ ଟି ଗାଡ଼ି ମଧ୍ୟ ଜବତ କରାଯାଇଛି।

ବେଆଇନ ମଦ ତିଆରିରେ ବ୍ୟବହୃତ କଞ୍ଚା ମାଲ ଯଥା ୧୮୯୩୨୦ ଲିଟର ଫର୍ମେଣ୍ଟେଡ୍‌ ୱାଶ, ୮୨୦୦  କିଲୋଗ୍ରାମ ଗୁଡ଼ ୱାଶ ଏବଂ ୮୮୦ କିଲୋଗ୍ରାମ ମହୁଲି ଫୁଲ ଆଦିକୁ ଅଧିକାରୀମାନେ ଜବତ କରିଛନ୍ତି। ଏଥିସହିତ ୧୯୧୭୫  ଲିଟର  ବେଆଇନ ଭାବେ ତିଆରି ହୋଇଥିବା ମଦ ଏବଂ ୪୮୫ Duty-paid liquor ମଧ୍ୟ ଜବତ ହୋଇଛି।

ନାର୍କୋଟିକ୍ସ ମାମଲାରେ ୩ କିଲୋଗ୍ରାମ ଗଞ୍ଜେଇ ଏବଂ ୧୧୭ ଗ୍ରାମ ବ୍ରାଉନ୍‌ ସୁଗାର ଜବତ ହୋଇଛି ।

ଅବୈଧ ଉତ୍ପାଦନ କେନ୍ଦ୍ର ଓ ବିତରଣ ଶୃଙ୍ଖଳକୁ ସମ୍ପୂର୍ଣ୍ଣ ଭାବେ ନଷ୍ଟ କରିବା ଏହି ଅଭିଯାନର ଉଦ୍ଦେଶ୍ୟ ବୋଲି ଚଢ଼ାଉ ଦଳ ପକ୍ଷରୁ ସୂଚନା ଦିଆ ଯାଇଛି I

Leave a Reply

Your email address will not be published. Required fields are marked *