ନବୀନ ପଟ୍ଟନାୟକ ଙ୍କୁ ଭେଟିଲେ ହିଞ୍ଜିଳି ମ୍ୟୁନିସିପାଲିଟି ର ବିଜେଡି ନେତା ଓ କର୍ମୀ
ଗତକାଲି ଶେରଗଡ଼ ବ୍ଲକ ର ବିଜେଡି କର୍ମୀ ଓ ନେତା ମାନେ ସେମାନଙ୍କ ବିଧାୟକ ତଥା ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟ୍ଟନାୟକ ଙ୍କୁ ଭେଟି ସରକାରୀ ଉଦାସୀନତା ବିରୁଦ୍ଧରେ ଅଭିଯୋଗ ଆଣିଥିଲେ.ଆଜି
ହିଞ୍ଜିଳି ମ୍ୟୁନିସିପାଲଟି ବିଜୁ ଜନତା ଦଳ ର ନେତା ଏବଂ. କର୍ମୀ ମାନେ ନବୀନ ନିବାସ ରେ ବିଜେଡି ସଭାପତି ତଥା ବିରୋଧୀଦଳ ନେତା ଶ୍ରୀ ନବୀନ ପଟ୍ଟନାୟକ ଙ୍କୁ ଭେଟି
ସମାନ ଅଭିଯୋଗ କରିଛନ୍ତି.
ସରକାରୀ ଅବହେଳା ଯୋଗୁଁ
ହିଞ୍ଜିଳି
ମ୍ୟୁନିସିପାଲଟି ଅଞ୍ଚଳ ରେ ବିକାଶ କାମ ସ୍ଥାଣୁ ହୋଇ ଯାଇଥିବା ଓ ଆଇନ ଶୃଙ୍ଖଳା ଅଧୋଗତି ନେଇ ବିଜେଡି ନେତା ଓ କର୍ମୀ ମାନେ ନବୀନ ପଟ୍ଟନାୟକ ଙ୍କୁ ଅବଗତ କରିଥିଲେ.
ହିଞ୍ଜିଳି ଉପଖଣ୍ଡ ଡାକ୍ତରଖାନାରେ ଉନ୍ନତ ଭିତ୍ତିଭୂମି ଥିଲେ ମଧ୍ୟ ସରକାରଙ୍କ ଉଦାସୀନତା ଯୋଗୁଁ ଡାକ୍ତର ଓ ଷ୍ଟାଫ ଅଭାବ ଯୋଗୁଁ ଲୋକ ଉପଯୁକ୍ତ ସ୍ୱାସ୍ଥ୍ୟ ସେବା ପାଉନାହାନ୍ତି.
ମ୍ୟୁନିସିପାଲିଟି ରେ କର୍ମଚାରୀ ଅଭାବ ଓ ଅନ୍ୟାନ୍ୟ ସମସ୍ୟା ପ୍ରତି ସରକାର ସମ୍ପୂର୍ଣ୍ଣ ଉଦାସୀନ.ଯୋଗ୍ୟ ବ୍ୟକ୍ତିଙ୍କ ରାସନ କାର୍ଡ଼ ଓ ଭତ୍ତା ମନମୁଖୀ ଭାବରେ କାଟି ଦିଆଯାଉଛି.
ଅଭିଯୁକ୍ତ ନିର୍ଭୟରେ ବୁଲୁଥିବା ବେଳେ ଅଭିଯୋଗ କରୁଥିବା ଲୋକ ନାମ ରେ case କରାଯାଉଛି. ଦଳୀୟ ମନୋଭାବ ନେଇ ପୋଲିସ ପ୍ରଶାସନ ର କାମ ଯୋଗୁଁ ସାଧାରଣ ଲୋକ ଥାନା କୁ ଯିବାକୁ ଭୟ କରୁଛନ୍ତି.
ଏଭଳି ଅନେକ ଅଭିଯୋଗ ସମ୍ପର୍କ ରେ ବିଜେଡି ନେତା କର୍ମୀ ମାନେ ଶ୍ରୀ ନବୀନ ପଟ୍ଟନାୟକ ଙ୍କୁ ଅବଗତ କରିବା ସହ ତାଙ୍କର ହସ୍ତକ୍ଷେପ ଲୋଡ଼ିଥିଲେ.
ଶ୍ରୀ ପଟ୍ଟନାୟକ ଏ ସବୁ ଅଭିଯୋଗ ବିଷୟ ରେ ଜିଲ୍ଲା ପ୍ରଶାସନ ର ଦୃଷ୍ଟି ଆକର୍ଷଣ କରିବେ ବୋଲି କହିଥିଲେ ଏବଂ ହିଞ୍ଜିଳି ନିର୍ବାଚନ ମଣ୍ଡଳୀର ବିକାଶ ଓ ଲୋକଙ୍କ ଅଭାବ ଅସୁବିଧା ଦୂର କରିବା ଦିଗରେ କାମ ଜାରି ରଖିବାକୁ ପରାମର୍ଶ ଦେଇଥିଲେ.
ଏହି ଆଲୋଚନା ସମୟ ରେ ବିରୋଧୀ ଦଳ ନେତା ଙ୍କ ହିଞ୍ଜିଳି ପ୍ରତିନିଧି ଦେବାନନ୍ଦ ମହାପାତ୍ର ଙ୍କ ସମେତ ହିଞ୍ଜିଳି ମୁନିସିପାଲିଟି ର chairman ସୁବାସ ପଲେଇ.ରୋଗୀକଲ୍ୟାଣ ସମିତି ସଭାପତି ନୀଳମଣି ପଟ୍ଟନାୟକ, ହୃଦାନନ୍ଦ ମହାପାତ୍ର ,ମନୋଜ ପଲେଇ ଶୋଭା ମହାରଣା ଉପସ୍ଥିତ ଥିଲେ. ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ସିମାଞ୍ଚଳ ମହାରଣା ବିରୋଧୀ ଦଳ ନେତାଙ୍କ ଉପସ୍ଥିତି ରେ ବିଜେଡି ରେ ଯୋଗ ଦେଇଥିଲେ.
