ଅପରାଧମୁକ୍ତ ଏବଂ ସୁରକ୍ଷିତ ସମାଜ ଗଠନରେ ସହର ପୋଲିସ କର୍ମଚାରୀଙ୍କ ଅବଦାନକୁ ସମ୍ମାନିତ କରିବା ପାଇଁ ନମନ ୪.ଓ ଆୟୋଜିତ ହୋଇଛି

ଅପରାଧମୁକ୍ତ ଏବଂ ସୁରକ୍ଷିତ ସମାଜ ଗଠନରେ ସହର ପୋଲିସ କର୍ମଚାରୀଙ୍କ ଅବଦାନକୁ ସମ୍ମାନିତ କରିବା ପାଇଁ ନମନ ୪.ଓ ଆୟୋଜିତ ହୋଇଛି । କମିଶନରେଟ୍ ପୋଲିସ ଏବଂ ସେମାନଙ୍କ ପରିବାର ସଦସ୍ୟଙ୍କ ପାଇଁ ସପ୍ତମ ବାଟାଲିୟନ ଗ୍ରାଉଣ୍ଡରେ ଆୟୋଜିତ ନମନ ୪. o ର ଚତୁର୍ଥ ସଂସ୍କରଣରେ ଷ୍ଟାର ପାୱାର ଥିଲା ମୁଖ୍ୟ ଆକର୍ଷଣ। ମୁମ୍ବାଇ ପୋଲିସ ଦ୍ୱାରା ଆୟୋଜିତ ବାର୍ଷିକ ସାଂସ୍କୃତିକ କାର୍ଯ୍ୟକ୍ରମ ‘ଉମଙ୍ଗ’ ଧାରାରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ୨୦୨୨ ରୁ ନମନ ଫାଉଣ୍ଡେସନ, ପର୍ଲ୍ସ ଅଫ୍ ପ୍ରେମ ଅନନ୍ଦ ଏବଂ ‘ସ୍ମାଇଲ୍ ପ୍ଲିଜ୍’ ଟ୍ରଷ୍ଟ ଦ୍ୱାରା ମିଳିତ ଭାବରେ ଏକ ଅପରାଧମୁକ୍ତ ଏବଂ ସୁରକ୍ଷିତ ସମାଜ ଗଠନରେ ସହର ପୋଲିସ କର୍ମଚାରୀଙ୍କ ଅବଦାନକୁ ସମ୍ମାନିତ କରିବା ପାଇଁ ଆୟୋଜନ କରାଯାଉଛି। କାର୍ଯ୍ୟକ୍ରମରେ ପ୍ରସିଦ୍ଧ ସଂଗୀତ ନିର୍ଦ୍ଦେଶକ ଏବଂ ନମନ ଫାଉଣ୍ଡେସନର ଅଧ୍ୟକ୍ଷ ପ୍ରେମ ଅନନ୍ଦଙ୍କ ତତ୍ତ୍ୱାବଧାନରେ, ଅଭିନେତା ଏବଂ ଫାଉଣ୍ଡେସନର ଉପାଧ୍ୟକ୍ଷ ସବ୍ୟସାଚୀ ମିଶ୍ରଙ୍କ ସହ ଆୟୋଜିତ ହେଇଯାଇଛି। ନିମନ୍ତ୍ରିତ ଅତିଥି ଭାବେ ଆଇନ୍ ଓ ଅବକାରୀ ବିଭାଗ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ, ପୋଲିସ ଡିଜି ଓ୍ବାଇବି ଖୁରାନିଆ, ପୋଲିସ କମିଶନର ଦିବ୍ୟଦତ୍ତ ସିଂ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ ।
ଏହି ଅବସରରେ ନିମନ୍ତ୍ରିତ ଅତିଥି ଭାବେ ବଲିଉଡ୍ ଅଭିନେତା ଓ ପ୍ରଯୋଜକ ଅରବାଜ୍ ଖାନ୍, ଓଲିଉଡ଼ ଅଭିନେତା ସିଦ୍ଧାନ୍ତ ମହାପାତ୍ର, ଆକାଶ ଦାସ ନାୟକ ପ୍ରମୁଖ ଯୋଗ ଦେଇଥିଲେ। ଓଡ଼ିଶା ନମନ ୪.୦ରେ ଓଡ଼ିଆ ଚଳଚ୍ଚିତ୍ର ଶିଳ୍ପର ପ୍ରସିଦ୍ଧ ଅଭିନେତା, ଅଭିନେତ୍ରୀ ଏବଂ ଗାୟକ ଗାୟିକାମାନେ ପୋଲିସ କର୍ମଚାରୀ ଏବଂ ସେମାନଙ୍କ ପରିବାର ସଦସ୍ୟଙ୍କ ମନୋରଞ୍ଜନ କରିଥିଲେ। ସନ୍ଧ୍ୟାର କାର୍ଯ୍ୟକ୍ରମର ମଞ୍ଚ ପରିଚାଳନା କରିଥିଲେ ଭୁପିନ୍ଦର ସିଂ ଓ ଗୁନ୍ ଗୁନ୍ । ମନୋରଞ୍ଜନ କାର୍ଯ୍ୟକ୍ରମରେ ଅଭିନେତା ସବ୍ୟସାଚ୍ଚୀ, ଜ୍ୟୋତି, ସ୍ବରାଜ, ପପୁ ପମ୍ ପମ୍, ଅନୁ ଚୌଧୁରୀ, ଅର୍ଚ୍ଚିତା, ରୀୟା, ଶୀତଲ,
ଭୂମିକା, ଦିବ୍ୟା, ଜୟା, କଣ୍ଠଶିଳ୍ପୀ ଶଶାଙ୍କ, ପ୍ରଜ୍ଞା ପ୍ରମୁଖ ମନୋରଞ୍ଜନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *