କାଠଯୋଡ଼ି ନଦୀ ମଝିରେ ଫସିଗଲେ ଗୋରୁ ପଲ

କଟକ: ତ୍ରିଶୂଳିଆ ବ୍ରିଜ୍ ନିକଟସ୍ଥ କାଜିପାଟଣା ଅଞ୍ଚଳରେ କାଠଯୋଡ଼ି ନଦୀର ମଝି ବାଲୁକା ଅଞ୍ଚଳରେ ଗୋଧନ ପଲଟିଏ ଫସି ରହିଛି। ଗତକାଲି ଠାରୁ ୨୦ରୁ ଅଧିକ ଗୋରୁ ଚରୁଥିବା ବେଳେ ହଠାତ୍ ଜଳସ୍ତର ବୃଦ୍ଧି ପାଇବାରୁ ଏମାନେ ଅଟକି ପଡ଼ିଛନ୍ତି। ହୀରାକୁଦ ବନ୍ଧର ୨୪ଟି ଗେଟ୍ ଖୋଲାଯିବା ଯୋଗୁଁ ନଦୀରେ ଜଳସ୍ତର ଅଚାନକ ବୃଦ୍ଧି ପାଇଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚିନ୍ତାର କାରଣ ହୋଇଛି, ଏବଂ ଗୋରୁମାନଙ୍କୁ ଉଦ୍ଧାର କରିବା ପାଇଁ ସ୍ଥାନୀୟ ପ୍ରଶାସନ ଓ ଅଗ୍ନିଶମ ବାହିନୀଙ୍କ ସହାୟତା ନିଆଯାଉଛି।

Leave a Reply

Your email address will not be published. Required fields are marked *