ରାହୁଲଙ୍କ ଫୋକସରେ ଓଡ଼ିଶା: ସୁସଙ୍ଗଠନରେ କଂଗ୍ରେସର ନୂଆ ପଦକ୍ଷେପ!

ଭୁବନେଶ୍ୱର: ଆସନ୍ତା ନିର୍ବାଚନକୁ ଲକ୍ଷ୍ୟ କରି କଂଗ୍ରେସ ଓଡ଼ିଶାରେ ସଙ୍ଗଠନକୁ ଶକ୍ତିଶାଳୀ କରିବା ପାଇଁ ଗୁରୁତ୍ୱଦାନ କରୁଛି। ଏଥିରେ ସ୍ୱୟଂ ଏଆଇସିସି ନେତା ରାହୁଲ ଗାନ୍ଧୀ ନିଜେ ଫୋକସ ରଖିଛନ୍ତି। ସଙ୍ଗଠନ ସୃଜନ ଅଭିଯାନ ବୈଠକରେ ସେ ସ୍ପଷ୍ଟ କରିଛନ୍ତି, ଓଡ଼ିଶାରେ କଂଗ୍ରେସ ପାଇଁ ଏବେ ଅଧିକ ସମ୍ଭାବନା ରହିଥିବାରୁ ପ୍ରତ୍ୟେକ କାର୍ଯ୍ୟକର୍ତ୍ତାଙ୍କୁ କଠିନ ପରିଶ୍ରମ କରିବା ଆବଶ୍ୟକ।

କଂଗ୍ରେସ ସୂତ୍ରମାନଙ୍କ କଥାଅନୁଯାୟୀ, ସଙ୍ଗଠନ ସୃଜନ ଜରିଆରେ ଜିଲ୍ଲା ସଭାପତିଙ୍କୁ ଚୟନ କରାଯିବ। ଏଥିପାଇଁ ୩୫ ଜଣିଆ ପର୍ଯ୍ୟବେକ୍ଷକ ନିଯୁକ୍ତ ହୋଇଛନ୍ତି। ସେପ୍ଟେମ୍ବର ୨ରୁ ସେମାନେ ଓଡ଼ିଶା ଗସ୍ତରେ ଆସିବେ ଓ ବ୍ଲକ୍ ସ୍ତରରେ କଂଗ୍ରେସ ନେତାମାନଙ୍କ ସହିତ ଆଲୋଚନା କରିବେ। ଏହି ପ୍ରକ୍ରିୟା ଶେଷରେ, ପର୍ଯ୍ୟବେକ୍ଷକମାନେ ଏଆଇସିସିକୁ ୬ ଜଣ ସମ୍ଭାବ୍ୟ ଜିଲ୍ଲା ସଭାପତିଙ୍କ ନାଁ ସୁପାରିଶ କରିବେ। ସୁସଙ୍ଗଠକ, ଦଳ ପ୍ରତି ଆନୁଗତ୍ୟଶୀଳ ଏବଂ ସଙ୍ଗଠନୀୟ ଦକ୍ଷତା ଥିବା ବ୍ୟକ୍ତିଙ୍କୁ ଜିଲ୍ଲା ସଭାପତି ବଛାଯିବ।

ଏଆଇସିସି ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, ପର୍ଯ୍ୟବେକ୍ଷକମାନେ କୌଣସି ଦଳୀୟ ଚାପ କିମ୍ବା ପ୍ରଭାବରେ ପଡ଼ିବା ନୁହେଁ, ବରଂ ଉପଯୁକ୍ତ ନେତୃତ୍ୱଙ୍କ ନାଁ ସୁପାରିଶ କରିବାକୁ ପରାମର୍ଶ ଦିଆଯାଇଛି। ସେପ୍ଟେମ୍ବର ୧୪ ରେ ସୁପାରିଶିତ ନାମ ଏଆଇସିସିକୁ ପ୍ରେରଣ କରାଯିବ।

କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ସ୍ପଷ୍ଟ କରିଛନ୍ତି, ବିଜେଡି ରାଜ୍ୟରେ କ୍ଷମତା ହରାଇଛି ଓ ଏହି ପରିସ୍ଥିତି କଂଗ୍ରେସ ପାଇଁ ବଡ଼ ସୁଯୋଗ ସୃଷ୍ଟି କରିଛି। ପଞ୍ଚାୟତ ସ୍ତରରୁ ଏକ ହୋଇ ଲଢ଼ିବାକୁ ସମସ୍ତଙ୍କୁ ସେ ଆହ୍ୱାନ ଦେଇଛନ୍ତି।

କଂଗ୍ରେସ ଶିବିରରେ ବର୍ତ୍ତମାନ ସକ୍ରିୟତା ଦୃଶ୍ୟମାନ ହେଉଛି। ଭକ୍ତଙ୍କ ନେତୃତ୍ୱରେ ଦଳ ଶକ୍ତି ସଂଗ୍ରହ କରୁଛି ଓ ବିଭିନ୍ନ ପ୍ରସଙ୍ଗରେ ସରକାରକୁ ଘେରିବାକୁ ଉଦ୍ୟମ ଜାରି ରଖିଛି। ପୂର୍ବପେକ୍ଷା ଅଧିକ ସକ୍ରିୟ ହୋଇଥିବାରୁ, କଂଗ୍ରେସ କ୍ୟାମ୍ପରେ ନୂତନ ଉତ୍ସାହ ସୃଷ୍ଟି ହୋଇଛି।

Leave a Reply

Your email address will not be published. Required fields are marked *