ଦମ୍ପତିଙ୍କୁ ଚାପିଦେଲା କୋଇଲା ବୋଝେଇ ଟ୍ରକ!
କଟକ : ବିଲମ୍ବିତରାତିରେ କୁଆଡେ ଯାଉଥିଲେ ଦମ୍ପତି ?କିପରି ଘଟିଲା ଦୁର୍ଘଟଣା ? ବାଇକରେ ଯାଉଥିବା ଏକ ଦମ୍ପତିଙ୍କୁ ଗୋପାଳପୁର ନିକଟସ୍ଥ କାଠଯୋଡ଼ି ବ୍ରିଜ ଶେଷ ଭାଗରେ ଏକ ଟ୍ରକ ଚାପି ଦେବାରୁ ଘଟଣାସ୍ଥଳରେ ଦମ୍ପତିଙ୍କର ମୃତ୍ୟୁ ଘଟିଛି |
ସୂଚନା ଅନୁସାରେ, ଭୁବନେଶ୍ୱର ଧଉଳିଥାନ ଡେ଼ଲ୍ଟା କଲୋନୀ ଉତ୍ତରା ଛକ ଅଞ୍ଚଳରେ ରହୁଥିବା ଜଗତସିଂହପୁର ଅଞ୍ଚଳର ମୂଳ ବାସିନ୍ଦା ଦେବୀ ପ୍ରସାଦ ପାଲ ଓ ତାଙ୍କ ପତ୍ନୀ ସସ୍ମିତା ବିଶ୍ବାଳ ଗୁରୁବାର ଦିନ କଟକରେ ଡାକ୍ତରଙ୍କ ପରାମର୍ଶ ନେବାକୁ ଆସିଥିଲେ। ସେମାନେ ବିଳମ୍ବିତ ରତିରେ ଘରକୁ ଫେରୁଥିବା ବେଳେ କୋଇଲା ବୋଝେଇ ଏକ ଟ୍ରକ୍ ସେମାନଙ୍କୁ ପଛରୁ ଧକ୍କା ଦେଇଥିଲା। ସେମାନେ ତଳେ ପଡି ଯାଇଥିବା ବେଳେ ଟ୍ରକ୍ ଚକ ତାଙ୍କ ମୁଣ୍ଡ ଉପରେ ଚଢି ଯାଇଥିଲା। ଫଳରେ ଘଟଣାସ୍ଥଳରେ ସେମାନଙ୍କ ମୃତ୍ୟୁ ଘଟିଥିଲା।
ଏହି ଦୁର୍ଘଟଣା ପରେ ୧୬ ନମ୍ବର ଜାତୀୟରାଜପଥ କଟକ-ଭୁବନେଶ୍ୱର ରାସ୍ତା ବିଳମ୍ବିତ ରାତି ଯାଏଁ ପ୍ରବଳ ଭିଡ ଲାଗିଥିଲା |ସଦର ଓ ମଧୁପାଟଣା ପୋଲିସ ଆସି ସେଠାରେ ଲୋକଙ୍କୁ ବୁଝା ସୁଝା କରିଥିଲେ ମଧ୍ୟ ଏହି ଘଟଣାକୁ ନେଇ ତୀବ୍ର ଉତ୍ତେଜନା ସୃଷ୍ଟି ହୋଇଥିଲା |ଫଳରେ ରାତି ସାଢେ ୯ରୁ ସାଢେ ୧୧ ଯାଏଁ କଟକ ଭୁବନେଶ୍ୱର ଜାତୀୟ ରାଜପଥ ଜାମ ହୋଇଥିଲା|ପୋଲିସ ଗଞ୍ଜାମ ଅଞ୍ଚଳର ଆସାମୀ ସନ୍ତୋଷ ପ୍ରଧାନକୁ ଅଟକ ରଖିବା ସହିତ ଟ୍ରକକୁ ଜବତ କରିଛି |
