ଭାରତର ଉପରାଷ୍ଟ୍ରପତି ନିର୍ବାଚନ: କିଏ ହେବେ ଭାରତର ନୂଆ ଉପରାଷ୍ଟ୍ରପତି?
ନୂଆଦିଲ୍ଲୀ: ଆସନ୍ତା ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଇଣ୍ଡିଆ ମେଣ୍ଟର ପ୍ରାର୍ଥୀ ବି. ସୁଦର୍ଶନ ରେଡ୍ଡି ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ନାମାଙ୍କନ ଦାଖଲର ଶେଷ ଦିନରେ ସେ ଏହି ପ୍ରକ୍ରିୟା ସମ୍ପନ୍ନ କରିଥିବା ବେଳେ କଂଗ୍ରେସର ବରିଷ୍ଠ ନେତା ସୋନିଆ ଗାନ୍ଧୀ, ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍ଗେ ଏବଂ ଅନ୍ୟାନ୍ୟ ପ୍ରମୁଖ ନେତାମାନେ ଉପସ୍ଥିତ ରହିଥିଲେ। ସୁପ୍ରିମ୍କୋର୍ଟର ପୂର୍ବତନ ବିଚାରପତି ସୁଦର୍ଶନ ରେଡ୍ଡିଙ୍କୁ ଇଣ୍ଡିଆ ମେଣ୍ଟ ପକ୍ଷରୁ ପ୍ରାର୍ଥୀ ଭାବେ ଘୋଷଣା କରାଯାଇଛି।
ଏହି ନିର୍ବାଚନ ଆସନ୍ତା ସେପ୍ଟେମ୍ବର ୯ ତାରିଖରେ ଅନୁଷ୍ଠିତ ହେବ। ଏନ୍ଡିଏର ଉପରାଷ୍ଟ୍ରପତି ପ୍ରାର୍ଥୀ ସିପି ରାଧାକ୍ରିଷ୍ଣନ୍ ମଧ୍ୟ ନାମାଙ୍କନ ଦାଖଲ କରିଥିଲେ। ତାଙ୍କ ନାମାଙ୍କନ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ପ୍ରମୁଖ ନେତାମାନେ ଉପସ୍ଥିତ ଥିଲେ।
ଇଣ୍ଡିଆ ମେଣ୍ଟର ଏହି ପଦକ୍ଷେପ ଦେଶର ରାଜନୈତିକ ପରିବେଶକୁ ଆହୁରି ଉତ୍ତେଜିତ କରିଛି। ବିରୋଧୀ ଦଳଗୁଡ଼ିକର ଏକତା ଏବଂ ଏନ୍ଡିଏର ଶକ୍ତିଶାଳୀ ପ୍ରାର୍ଥୀଙ୍କ ମଧ୍ୟରେ ଏକ କଡ଼ା ପ୍ରତିଯୋଗିତା ଦେଖାଦେବାର ସମ୍ଭାବନା ରହିଛି। ନିର୍ବାଚନ ଫଳାଫଳ ଦେଶର ରାଜନୀତିରେ ଏକ ନୂଆ ଅଧ୍ୟାୟ ଆରମ୍ଭ କରିପାରେ ବୋଲି ରାଜନୈତିକମାନେ ମତ ଦେଇଛନ୍ତି।
