ଛାତ୍ରଛାତ୍ରୀଙ୍କ ଅଧିକାର ନେଇ ଚାଲିଛି ଖେଳ: ଛାତ୍ର କଂଗ୍ରେସ

ଭୁବନେଶ୍ୱର: ଛାତ୍ର କଂଗ୍ରେସ୍ ରାଜ୍ୟ ସରକାରଙ୍କ ଉପରେ ଗୁରୁତର ଅଭିଯୋଗ କରିଛି ଯେ, ସରକାର ଛାତ୍ର- ଛାତ୍ରୀଙ୍କ ଅଧିକାରକୁ ନେଇ ଖେଳା କରୁଛନ୍ତି। ଏହି ଅଭିଯୋଗ କଂଗ୍ରେସ୍ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଛାତ୍ର ନେତାମାନେ ଉଠାଇଛନ୍ତି।

ଛାତ୍ର ନେତାମାନେ କହିଛନ୍ତି ଯେ, ସରକାର କାହିଁକି ଛାତ୍ର ସଂସଦ ନିର୍ବାଚନ ପାଇଁ ଇସ୍ତିହାର ଘୋଷଣା କରୁନାହାନ୍ତି। ସେମାନେ ଦାବି କରିଛନ୍ତି ଯେ, ଛାତ୍ର କଂଗ୍ରେସ୍ ପୂର୍ଣ୍ଣ ପ୍ରସ୍ତୁତ ଅଛି, କିନ୍ତୁ ସରକାର ଏଥିନେଇ ଭୟ କରୁଛନ୍ତି। ତେଣୁ ସେମାନେ ତୁରନ୍ତ ଛାତ୍ର ସଂସଦ ନିର୍ବାଚନ କରାଯିବାକୁ ଦାବି କରିଛନ୍ତି।

ଏହି ସମ୍ମିଳନୀରେ ଛାତ୍ର କଂଗ୍ରେସ୍ “କ୍ୟାମ୍ପସ ଚଲୋ” ଅଭିଯାନ ଆରମ୍ଭ କରିଛି। ଏହି ଅଭିଯାନ ମାଧ୍ୟମରେ ସେମାନେ ବିଶ୍ୱବିଦ୍ୟାଳୟ ଓ କଲେଜ କ୍ୟାମ୍ପସଗୁଡ଼ିକୁ ଯିବା ସହ ଛାତ୍ର- ଛାତ୍ରୀଙ୍କୁ ତାଙ୍କର ଅଧିକାର ବିଷୟରେ ସଚେତନ କରାଇବେ। ଏକାଧିକ ସମୟରେ ଭୋଟ ଚୋରୀ ପ୍ରସଙ୍ଗରେ ମଧ୍ୟ ଛାତ୍ର- ଛାତ୍ରୀଙ୍କୁ ଅବଗତ କରାଯିବ ନେଇ କହିଛନ୍ତି ଛାତ୍ର କଂଗ୍ରେସ।

ଛାତ୍ର କଂଗ୍ରେସ୍ ନେତାମାନେ ରାଜ୍ୟପାଳଙ୍କୁ ସମୟ ମାଗିଛନ୍ତି, କିନ୍ତୁ ରାଜ୍ୟପାଳ ଏପର୍ଯ୍ୟନ୍ତ ସମୟ ଦେଇନାହାନ୍ତି। ସେମାନେ କହିଛନ୍ତି ଯଦି ସମୟ ମିଳେ, ସେମାନେ ନିଜ ଦାବିଗୁଡ଼ିକୁ ରାଜ୍ୟପାଳଙ୍କ ସମ୍ମୁଖରେ ଉପସ୍ଥାପନ କରିବେ। ଏହି ଆନ୍ଦୋଳନ ରାଜ୍ୟର ଶିକ୍ଷା ଓ ଛାତ୍ର-ଜୀବନ ଉପରେ ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ପକାଇପାରେ ବୋଲି ଆଶା କରାଯାଉଛି।

Leave a Reply

Your email address will not be published. Required fields are marked *