ଅନଲାଇନ ଗେମ୍‌ରେ ଲାଗିବ ଅଙ୍କୁଶ : ଲୋକସଭାରେ ଆଗତ ହେଲା ଅନଲାଇନ ଗେମିଂ ବିଲ୍

ନୂଆଦିଲ୍ଲୀ: ନଲାଇନ ଗେମିଂ ଓ ଜୁଆ ଖେଳ ଉପରେ କଟକଣା ଲଗାଇବାକୁ କେନ୍ଦ୍ର ସରକାର ଗତକାଲି କ୍ୟାବିନେଟ୍‌ରେ “ଅନଲାଇନ ଗେମିଂ ବିଲ୍-୨୦୨୫”କୁ ମଞ୍ଜୁରୀ ଦେଇଛନ୍ତି। ଆଜି ଲୋକସଭାରେ କେନ୍ଦ୍ର ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଏହି ବିଲ୍‌ ଉପସ୍ଥାପନ କରିଛନ୍ତି। ବିଲ୍‌ ଆଇନରେ ପରିଣତ ହେଲେ ଅନ୍ଲାଇନ୍ ମନି ଗେମିଂ ଓ ଜୁଆ ଖେଳ ସମ୍ପୂର୍ଣ୍ଣ ବନ୍ଦ ହେବ ଓ କେନ୍ଦ୍ର ସରକାର ପ୍ରତ୍ୟେକ ଗେମିଂ ଆପ୍‌ର ପରିଚାଳନା କରିବେ।

ଏହି ବିଲ୍‌ରେ ଅନଲାଇନ ମନି ଗେମିଂ, ଜୁଆ ଖେଳ, ଏବଂ ଏହାର ବିଜ୍ଞାପନ ଉପରେ କଠୋର ଅଙ୍କୁଶ ଲଗାଯିବ। ନିୟମ ଉଲ୍ଲଙ୍ଘନ କରିଥିବା ବ୍ୟକ୍ତିଙ୍କୁ ୩ ବର୍ଷ ଜେଲ୍‌ ଦଣ୍ଡ ଓ ୧ କୋଟି ଟଙ୍କା ପର୍ଯ୍ୟନ୍ତ ଜରିମାନାର ସଜା ପ୍ରାବଧାନ ରହିଛି। ବିଜ୍ଞାପନ ଦେବାକୁ ଗଲେ ୨ ବର୍ଷ ଜେଲ୍‌ ଓ ୫୦ ଲକ୍ଷ ଟଙ୍କା ଜରିମାନା ଲାଗିପାରେ। ଏକ “ନ୍ୟାସନାଲ ଅନଲାଇନ୍ ଗେମିଂ କମିସନ” ଗଠନ ହେବ, ଯାହା ଗେମିନ୍‌ ଆପ୍‌ଗୁଡ଼ିକୁ ଲାଇସେନ୍ସ ଦେବ ଓ ବୟସ ସୀମା, ଖେଳିବା ସମୟ, ଆର୍ଥିକ ନେଣ-ଦେଣ, ଏବଂ ତଥ୍ୟ ସୁରକ୍ଷା ଉପରେ ନଜର ରଖିବ।

ବିଗତ ଦିନରେ ଅନଲାଇନ ଗେମିଂରେ ପଡ଼ି ଯୁବପିଢ଼ିଙ୍କ ଭୁଲ ବାଟରେ ଯିବା ଏବଂ ଟଙ୍କା ହାରି ଆତ୍ମହତ୍ୟା କରିବା ଘଟଣା ବହୁଳ ଦେଖାଯାଉଛି। ଏହି ବିଲ୍‌ ଏହି ସମସ୍ୟାକୁ ଦୃଷ୍ଟିରେ ରଖି ଯୁବମାନଙ୍କୁ ସୁରକ୍ଷିତ ରଖିବା ଓ ଅର୍ଥନୈତିକ ଓ ସାମାଜିକ କ୍ଷତିରୁ ରକ୍ଷା କରିବାକୁ ଉଦ୍ଦିଷ୍ଟ। ବିଲ୍‌ ଲୋକସଭା ଓ ରାଜ୍ୟସଭାରେ ଆଲୋଚନା ଓ ଅନୁମୋଦନ ପରେ କାର୍ଯ୍ୟକାରୀ ହେବା ସମ୍ଭାବନା ରହିଛି।

Leave a Reply

Your email address will not be published. Required fields are marked *