ବିଶ୍ରାମ ପରେ ମଧ୍ୟ ଥକ୍କା ଲାଗୁଛି କି? ସାବଧାନ! ଏହା ହୃଦଘାତର ସଙ୍କେତ ହୋଇପାରେ
ଭୁବନେଶ୍ୱର: ବିଶ୍ରାମ ପରେ ମଧ୍ୟ ଯଦି ଆପଣ ଥକ୍କାପଣ ଅନୁଭବ କରୁଛନ୍ତି, ତେବେ ଏହାକୁ ଅଣଦେଖା କରନ୍ତୁ ନାହିଁ। ଏହା ଆପଣଙ୍କ ହୃଦୟ ସ୍ୱାସ୍ଥ୍ୟରେ ଗମ୍ଭୀର ସମସ୍ୟାର ପ୍ରାରମ୍ଭିକ ସଙ୍କେତ ହୋଇପାରେ। ନିରନ୍ତର ଥକ୍କାପଣ ହୃଦଘାତର ଏକ ଲକ୍ଷଣ ହୋଇପାରେ।
ବିଶେଷଜ୍ଞଙ୍କ ମତରେ, ଯେତେବେଳେ ହୃଦୟକୁ ରକ୍ତ ଓ ଅମ୍ଳଜାନର ଯୋଗାଣ ବାଧାପ୍ରାପ୍ତ ହୁଏ, ଶରୀରର ଶକ୍ତି ହ୍ରାସ ପାଏ। ଏହା ଥକ୍କାପଣ ରୂପେ ପ୍ରକାଶ ପାଏ। ଅନେକ ଥକ୍କାପଣକୁ କାମର ଚାପ କିମ୍ବା ଥକାଦାୟକ ଜୀବନଶୈଳୀ ସହ ଜଡ଼ିତ ଭାବନ୍ତି। କିନ୍ତୁ ଡାକ୍ତରଙ୍କ ମତରେ, ଏହା ହୃଦୟରେ ଅସୁସ୍ଥତାର ସଙ୍କେତ ହୋଇପାରେ। ସମୟମତେ ଚିକିତ୍ସା ନକଲେ ଏହା ହୃଦଘାତର ଆଶଙ୍କା ବଢ଼ାଇପାରେ।
ଯଦି ଆପଣଙ୍କୁ ନିମ୍ନଲିଖିତ ଲକ୍ଷଣ ଦେଖାଦିଏ, ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ:
– ଥକ୍କାପଣ ସହିତ ନିଶ୍ୱାସ ନେବାରେ ଅସୁବିଧା।
– ଛାତିରେ ଯନ୍ତ୍ରଣା ବା ଭାରୀପଣ।
– ଗୋଡ଼ରେ ଲଗାତାର ଫୁଲା।
– ବାରମ୍ବାର ମୁଣ୍ଡ ବୁଲେଇବା ବା ଝାଳ ଆସିବା।
ହୃଦୟକୁ ସୁସ୍ଥ ରଖିବାର ଉପାୟ:
– ପୁଷ୍ଟିକର ଓ ସନ୍ତୁଳିତ ଖାଦ୍ୟ ଗ୍ରହଣ କରନ୍ତୁ।
– ପ୍ରତିଦିନ ୩୦ ମିନିଟ୍ ଚାଲନ୍ତୁ ବା ବ୍ୟାୟାମ କରନ୍ତୁ।
– ଧୂମପାନ ଓ ମଦ୍ୟପାନରୁ ଦୂରେଇ ରୁହନ୍ତୁ।
– ଚାପ କମାଇବା ପାଇଁ ଯୋଗ ବା ଧ୍ୟାନ କରନ୍ତୁ।
– ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା କରାନ୍ତୁ।
ହୃଦୟ ସମସ୍ୟା ଏକ ଗମ୍ଭୀର ବିଷୟ। ଲକ୍ଷଣ ଦେଖାଦେଲେ ତୁରନ୍ତ ଚିକିତ୍ସକଙ୍କ ସହ ପରାମର୍ଶ କରନ୍ତୁ ଓ ନିୟମିତ ସ୍ୱାସ୍ଥ୍ୟ ଯାଞ୍ଚ କରାନ୍ତୁ।
