କାହା କଥାରେ ଚାଲିଛି ବିଜେଡି? ରାଜା ସ୍ୱାଇଁଙ୍କୁ ଏମିତି କଣ କହିଲେ ପାଣ୍ଡିଆନ, ଯାହାକୁ ନେଇ ଉଠିଛି ଝଡ

ଭୁବନେଶ୍ୱର: ବିଜେଡି କାହା କଥାରେ ଚାଲିଛି? ବିଜେଡିର ସର୍ବେସର୍ବା କିଏ? କିଏ ନେଉଛି ବିଜେଡିର ସବୁ ନିଷ୍ପତ୍ତି? ଦଳ ପାଇଁ କିଏ ଗୁରୁତ୍ୱପୂର୍ଣ୍ଣ? ସଭାପତିଙ୍କୁ ଦଳୀୟ ନେତା ଭେଟିପାରିବେ ନା ନାହିଁ? ଏସବୁ ପ୍ରଶ୍ନ ଏବେ ବିଜେଡି ଦଳୀୟ ଶିବିରରେ ପ୍ରାୟ ସମସ୍ତଙ୍କ ମନରେ ଅଛି | ଦୁଇଦିନ ତଳେ ଏକ ଘରୋଇ ହସ୍ପିଟାଲରେ ଘଟିଥିବା ଏକ ଘଟଣାକୁ ନେଇ ଚର୍ଚ୍ଚା-ଆଲୋଚନା ଜୋର ଧରିଛି | କଥାଟି କିଛି ଏମିତି | ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ରାଜଧାନୀ ଭୁବନେଶ୍ୱରର ସମ୍ ଅଲଟିମେଟ୍ ମେଡିକେୟାର ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ | ତେବେ ଦୁଇଦିନ ବିଳମ୍ବରେ ନବୀନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବାବେଳେ ଏକଥା ଶୁଣି ରାଜା ସ୍ୱାଇଁ ‘କାହିଁକି ଦୁଇ ଦିନ ଧରି ଅସୁସ୍ଥ ଆମମାନଙ୍କ ନେତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିନଥିଲ’ ବୋଲି ହସ୍ପିଟାଲରେ ଉପସ୍ଥିତ ଥିବା ସୁଜାତା ପାଣ୍ଡିଆନଙ୍କୁ ପ୍ରଶ୍ନ କରିଥିଲେ। କିନ୍ତୁ ସୁଜାତା ଏହାର କିଛି ଉତ୍ତର ନ ଦେଇ ସେଠାରୁ ପାଲେଇଥିଲେ । ଏହାର କିଛି ସମୟ ପରେ ପାଣ୍ଡିଆନ ସେଠାରେ ପହଞ୍ଚିଥିଲେ। ଏହି ସମୟରେ ରାଗିଯାଇ ସେଠାରେ ଉପସ୍ଥିତ ଥିବା ବିଜେଡି ନେତା ମାନଙ୍କୁ ପାଣ୍ଡିଆନ କହିଥିଲେ ‘ମୁଁ ଡାଉନ୍ ଅଛି କିନ୍ତୁ ଦଳରୁ ବାହାରି ଯାଇନାହିଁ’। ମୁଁ ଚାହିଁଲେ ବିଜୁ ଜନତା ଦଳରୁ ଚୁଟକି ମାରି ବିଦା କରିଦେବି । ଏନେଇ କୌଣସି ଦଳୀୟ ନେତା ଭୟରେ ମୁହଁ ଖୋଲୁନଥିବାବେଳେ ଭିତରେ ଭିତରେ କିନ୍ତୁ ଚାପା ଗୁଞ୍ଜରଣ ସୃଷ୍ଟି ହେଉଛି |

Leave a Reply

Your email address will not be published. Required fields are marked *