ବାବର ଓ ରିଜୱାନଙ୍କୁ ଚକମା ଦେଲା ପିସିବି
ନୂଆଦିଲ୍ଲୀ: ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି) ୨୦୨୫ ଏସିଆ କପ୍ ପାଇଁ ଦଳ ଘୋଷଣା କରିଛି। ଏସିଆ କପ୍ ପାଇଁ ପିସିବି ୧୭ ଜଣିଆ ଦଳ ଘୋଷଣା କରିଛି। ତେବେ ପିସିବି ବାବର ଆଜମ ଏବଂ ଦିନିକିଆ ଅଧିନାୟକ ମହମ୍ମଦ ରିଜୱାନଙ୍କୁ ଏହି ଦଳରେ ସାମିଲ କରାଯାଇ ନାହିଁ। ସଲମାନ ଅଲି ଆଗାଙ୍କୁ ଅଧିନାୟକ ଘୋଷଣା କରାଯାଇଛି।
ପୂର୍ବତନ ଅଧିନାୟକ ବାବର ଆଜମ ଏବଂ ୱିକେଟକିପର ବ୍ୟାଟ୍ସମ୍ୟାନ୍ ଏବଂ ଦିନିକିଆ ଅଧିନାୟକ ମହମ୍ମଦ ରିଜୱାନଙ୍କୁ ଏସିଆ କପ୍ ଦଳରେ ସାମିଲ କରାଯାଇ ନାହିଁ। ଅନେକ ରିପୋର୍ଟରେ ଦାବି କରାଯାଇଥିଲା ଯେ ଏହି ଉଭୟ ଷ୍ଟାର ଖେଳାଳି ଏସିଆ କପ୍ ପାଇଁ ଟି-୨୦ ଦଳକୁ ଫେରିପାରନ୍ତି, କିନ୍ତୁ ପିସିବି ଉଭୟଙ୍କୁ ଏକ ବଡ଼ ଝଟକା ଦେଇଛି। ବାବର ଆଜମ ଶେଷ ଥର ପାଇଁ ଡିସେମ୍ବର ୨୦୨୪ରେ ପାକିସ୍ତାନ ପାଇଁ ଟି୨୦ ଆନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିଲେ। ସେହି ସମୟରେ, ମହମ୍ମଦ ରିଜୱାନ ମଧ୍ୟ ଡିସେମ୍ବର ୨୦୨୪ରେ ଶେଷ ଥର ପାଇଁ ପାକିସ୍ତାନ ପାଇଁ ଟି୨୦ ଆନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିଲେ।
