ଆଇଏସ୍‌ଏସ୍‌ରେ ଇତିହାସ: ଏବେ ଭାରତ ଆସୁଛନ୍ତି ଶୁଭାଂଶୁ!

ଲକ୍ଷ୍ନୌ :ଭାରତୀୟ ମହାକାଶ ନାୟକ ଏବଂ ଲକ୍ଷ୍ନୌର ଗର୍ବ, ଗ୍ରୁପ୍ କ୍ୟାପ୍‌ଟେନ୍‌ ଶୁଭାଂଶୁ ଶୁକ୍ଳା ଖୁବ୍ ଶୀଘ୍ର ଭାରତ ଫେରିବେ। ସେ ଅଗଷ୍ଟ ୧୭ ତାରିଖ ଦିଲ୍ଲୀ ପହଞ୍ଚିବେ ଓ ୨୫ ଅଗଷ୍ଟରେ ନିଜ ନିଜ ନଗର ଲକ୍ଷ୍ନୌଯିବେ। ତାଙ୍କ ଗୃହନଗରକୁ ଫେରାକୁ ନେଇ ସାରା ରାଜଧାନୀରେ ଲକ୍ଷ୍ନୌ ଉତ୍ସବମୟ ପରିବେଶ ସୃଷ୍ଟି ହୋଇଛି।

ଶୁଭାଂଶୁଙ୍କ ସମ୍ମାନରେ ଅଗଷ୍ଟ ୨୫ ତାରିଖରେ ସିଟି ମୋଣ୍ଟେସୋରି ସ୍କୁଲ (ସିଏମଏସ), ଗୋମତୀ ନଗରରେ ଏକ ବିଶାଳ କାର୍ଯ୍ୟକ୍ରମ ଆୟୋଜିତ ହେବ। ବିମାନବନ୍ଦରରୁ ସ୍କୁଲ ପର୍ଯ୍ୟନ୍ତ ଏକ ଗାର୍ଜନାତ୍ମକ ରାଲି ଯୋଜନା କରାଯାଇଛି। ଅନେକ ଛାତ୍ରଛାତ୍ରୀ, ଶିକ୍ଷକ, ଅଭିଭାବକ ଓ ସାଧାରଣ ଲୋକ ଏଥିରେ ଯୋଗ ଦେବେ।

ଶୁଭାଂଶୁ ଶୁକ୍ଳା ଅଗଷ୍ଟ ୨୩ରେ ପାଳିତ ହେବାକୁ ଥିବା ଦ୍ୱିତୀୟ ଜାତୀୟ ମହାକାଶ ଦିବସ ଅବସରରେ ଦେଶବାସୀଙ୍କୁ ସମ୍ବୋଧନ କରିବେ। ସେ ତାଙ୍କର ଐତିହାସିକ ମହାକାଶ ଯାତ୍ରା ବିଷୟରେ କଥାହେବେ, ଏବଂ ଯୁବପିଢି ପାଇଁ ପ୍ରେରଣା ଦେଇବେ।

ଶୁଭାଂଶୁ ଇନଷ୍ଟାଗ୍ରାମରେ ବିମାନରେ ବସିଥିବା ତାଙ୍କ ଏକ ଫଟୋ ସେୟାର କରି ଲେଖିଛନ୍ତି,
“ମୁଁ ଭାରତ ଫେରିବା ପାଇଁ ବିମାନରେ ବସିବା ମାତ୍ରେ ମୋ ହୃଦୟରେ ଅନେକ ଭାବନା ଆସିବାରେ ଲାଗିଛି। ମୁଁ
ଆପଣମାନଙ୍କ ସହିତ ମୋର ଅଭିଜ୍ଞତା ବାଣ୍ଟିବାକୁ ଉତ୍ସାହର ସହିତ ଅପେକ୍ଷା କରିଛି। ବିଦାୟ ସର୍ବଦା କଷ୍ଟକର, କିନ୍ତୁ
ଜୀବନରେ ଆଗକୁ ବଢ଼ିବା ଗୁରୁତ୍ୱପୂର୍ଣ୍ଣ।”

୨୦୨୫ ମସିହା ଜୁନ୍‌ ମାସରେ ଶୁଭାଂଶୁ ଶୁକ୍ଳା ଆମେରିକାର “ନାସା” କେନେଡି ସ୍ପେସ୍ ସେଣ୍ଟରରୁ ଆକ୍ସ-୪ ମହାକାଶଯାନ ଦ୍ୱାରା ମହାକାଶକୁ ପଠାଯାଇଥିଲେ। ତାଙ୍କ ସହ ଥିଲେ ଆମେରିକାର ପେଗି ହ୍ୱିଟସନ୍, ପୋଲାଣ୍ଡର ସାଓଜ୍ ଉଜନାନ୍‌ସ୍କି ଓ ହଙ୍ଗେରୀର ଟିବୋର କାପୁ। ସେ ଆଇଏସ୍‌ଏସ୍‌ ରେ ପହଞ୍ଚିଥିବା ପ୍ରଥମ ଭାରତୀୟ ଏବଂ ରାକେଶ ଶର୍ମାଙ୍କ ପରେ ଦ୍ୱିତୀୟ ମହାକାଶଚାରୀ ଭାବେ ଇତିହାସ ରଚିଥିଲେ।

Leave a Reply

Your email address will not be published. Required fields are marked *