ପାର୍କିଙ୍ଗ କରିବାକୁ ନେଇ ହୁମାଙ୍କ ଭାଇଙ୍କୁ ହତ୍ୟା କଲେ ଦୁଇ ଯୁବକ
ନୂଆଦିଲ୍ଲୀ: ଦିଲ୍ଲୀର ନିଜାମୁଦ୍ଦିନ ଅଞ୍ଚଳରୁ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ବଲିଉଡ୍ ଅଭିନେତ୍ରୀ ହୁମା କୁରେଶୀଙ୍କ ଭାଇ ଆସିଫ୍ କୁରେଶୀଙ୍କୁ ହତ୍ୟା କରାଯାଇଛି। ସ୍କୁଟି ପାର୍କିଂ ଭଳି ଏକ ଛୋଟ ଘଟଣାକୁ ନେଇ ଛୋଟ ବିବାଦ ଦେଖାଯାଇଥିଲା | ଆଉ ପରେ ଏହା ହତ୍ୟାକାଣ୍ଡର ରୂପ ନେଇଥିଲା | ଗୁରୁବାର (୭ ଅଗଷ୍ଟ) ରାତି ପ୍ରାୟ ୧୧.୦୦ଟାରେ ତାଙ୍କୁ ହତ୍ୟା କରାଯାଇଥିଲା। ନିଜାମୁଦ୍ଦିନରେ ପାର୍କିଂକୁ ନେଇ ଏହି ଚାଞ୍ଚଲ୍ୟକର ହତ୍ୟା ମାମଲା ସାମ୍ନାକୁ ଆସିବା ମାତ୍ରେ, ଦିଲ୍ଲୀ ପୋଲିସ ସକ୍ରିୟ ହୋଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆରମ୍ଭ କରିଛି। ତଦନ୍ତ ପରେ ପୋଲିସ ଦୁଇ ଜଣଙ୍କୁ ଗିରଫ କରିଛି।
ଏପର୍ଯ୍ୟନ୍ତ ପୋଲିସ ନଜରକୁ ଆସିଥିବା ସୂଚନା ଅନୁଯାୟୀ, ରାତିରେ ଆସିଫ୍ କୁରେଶୀ ଏବଂ କିଛି ଲୋକଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଆସିଫ୍ ଅଭିଯୁକ୍ତଙ୍କୁ ଘରର ଫାଟକ ବାହାରେ ସ୍କୁଟର ପାର୍କିଂ ନକରିବାକୁ କହିଥିଲେ, କିନ୍ତୁ ଯୁବକମାନେ ରାଜି ହୋଇନଥିଲେ | ଯାହା ପରେ ଯୁକ୍ତିତର୍କ ଲାଗିଥିଲା | ଏହି ଉତ୍ତେଜନା ସମୟରେ ଅଭିଯୁକ୍ତମାନେ ଆସିଫଙ୍କୁ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ | ଆଉ ଆସିଫ ଗୁରୁତର ହୋଇଥିଲେ। ତାଙ୍କର ପ୍ରଚୁର ରକ୍ତସ୍ରାବ ହୋଇଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ ତୁରନ୍ତ ହସ୍ପିଟାଲକୁ ନିଆଯାଇଥିଲା, କିନ୍ତୁ ସେତେବେଳକୁ ବହୁତ ଡେରି ହୋଇଯାଇଥିଲା। ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ମାମଲାରେ ପୋଲିସ ଦୁଇ ଜଣଙ୍କୁ ଗିରଫ କରିଛି।
ପୁଲିସର କହିବା ମୁତାବକ, ଅଭିଯୁକ୍ତଙ୍କ ନାମ ଗୌତମ ଏବଂ ଉଜ୍ଜ୍ୱଳ। ଉଭୟେ ୨ଭାଇ। ଉଜ୍ଜ୍ୱଳ ପ୍ରଥମେ ଆସିଫ୍ କୁରେଶୀଙ୍କୁ ଆକ୍ରମଣ କରିଥିଲେ। ଗୌତମ ୧୮ ବର୍ଷ ବୟସର ହୋଇଥିବା ବେଳେ ଉଜ୍ଜ୍ୱଳ ୧୯ ବର୍ଷ ବୟସର।
