ଧନୁଷଙ୍କ ବ୍ୟକ୍ତିଗତ ଜୀବନ ପୁଣି ଖବରରେ – ମୃଣାଲଙ୍କ ସହ ସମ୍ପର୍କ କି?

ନୂଆଦିଲ୍ଲୀ: ଦକ୍ଷିଣ ଭାରତୀୟ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣାଶୁଣା ଅଭିନେତା ତଥା ନିର୍ଦ୍ଦେଶକ ଧନୁଷଙ୍କ ବ୍ୟକ୍ତିଗତ ଜୀବନ ଏବେ ଚର୍ଚ୍ଚାରେ ରହିଛି। ନିର୍ଦ୍ଦେଶକ ଐଶ୍ବର୍ଯ୍ୟା ରଜନୀକାନ୍ତଙ୍କ ସହ ଛାଡ଼ପତ୍ର ପରେ ଧନୁଷ ବଲିଉଡ୍ ଅଭିନେତ୍ରୀ ମୃଣାଲ ଠାକୁରଙ୍କ ସହ ଡେଟିଂ କରୁଥିବା ଚର୍ଚ୍ଚା ଜୋର ଧରିଛି। ଏକ ଭିଡିଓ ଭାଇରାଲ ହେବା ପରେ ଏହି ଗୁଜବ ଆହୁରି ତୀବ୍ର ହୋଇଛି।
ସୂଚନା ଅନୁଯାୟୀ, ଅଗଷ୍ଟ ୧ ତାରିଖରେ ମୃଣାଲ ଠାକୁରଙ୍କ ଜନ୍ମଦିନ ପାର୍ଟିରେ ଧନୁଷ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ପାର୍ଟିରୁ ସାମ୍ନାକୁ ଆସିଥିବା ଏକ ଭିଡିଓରେ ଧନୁଷ ଏବଂ ମୃଣାଲଙ୍କୁ ଅତି ନିକଟରୁ କଥାବାର୍ତ୍ତା କରୁଥିବା ଦେଖାଯାଇଛି। ଭିଡିଓରେ ଧନୁଷ ମୃଣାଲଙ୍କ ହାତ ଧରି କଥା ହେଉଥିବା ମଧ୍ୟ ଦୃଶ୍ୟମାନ ହୋଇଛି, ଯାହା ସୋସିଆଲ ମିଡିଆରେ ଭାଇରାଲ ହେବା ସହ ତାଙ୍କ ସମ୍ପର୍କକୁ ନେଇ ଅନୁମାନ ସୃଷ୍ଟି କରିଛି।

ଏହା ପୂର୍ବରୁ ଜୁଲାଇ ୨୦୨୫ରେ ଧନୁଷ ଆନନ୍ଦ ଏଲ୍ ରାୟଙ୍କ ଫିଲ୍ମ ‘ତେରେ ଇସ୍କ ମେଁ’ର ସୁଟିଂ ସମାପ୍ତ କରିଥିଲେ। ଏହି ଫିଲ୍ମର ରାପ୍-ଅପ୍ ପାର୍ଟିରେ ମୃଣାଲ ଠାକୁର ଅନ୍ୟ ଅଭିନେତ୍ରୀ ତମନ୍ନା ଭାଟିଆ, ଭୂମି ପେଡନେକର ଏବଂ କନିକା ଢିଲୋନଙ୍କ ସହ ଉପସ୍ଥିତ ଥିଲେ। ଏହା ବ୍ୟତୀତ କାଜୋଲଙ୍କ ଫିଲ୍ମ “ମା”ର ସ୍କ୍ରିନିଂ ଏବଂ “ସନ୍ ଅଫ୍ ସର୍ଦ୍ଦାର” ଫିଲ୍ମର ପ୍ରିମିୟରରେ ମଧ୍ୟ ଧନୁଷ ଏବଂ ମୃଣାଲଙ୍କୁ ଏକାଠି ଦେଖିବାକୁ ମିଳିଥିଲା। ଏହି ଘଟଣାଗୁଡ଼ିକ ତାଙ୍କ ଡେଟିଂ ଚର୍ଚ୍ଚାକୁ ଆହୁରି ବଢ଼ାଇଛି।

ତେବେ ଏହି ଚର୍ଚ୍ଚା ସତ୍ତ୍ୱେ ଧନୁଷ କିମ୍ବା ମୃଣାଲ ଠାକୁର ଏ ବିଷୟରେ କୌଣସି ବୟାନ ଦେଇନାହାନ୍ତି। ସୋସିଆଲ ମିଡିଆରେ ଚାଲିଥିବା ଏହି ଗୁଜବ ଏବେ ପ୍ରଶଂସକଙ୍କ ମଧ୍ୟରେ ବେଶ୍ ଆଲୋଚନାର ବିଷୟ ହୋଇଛି। କେତେକ ପ୍ରଶଂସକ ଏହି ଯୋଡିଙ୍କୁ ସମର୍ଥନ କରୁଥିବା ବେଳେ ଅନ୍ୟମାନେ ଏହାକୁ କେବଳ ଗୁଜବ ବୋଲି କହୁଛନ୍ତି।

ଧନୁଷଙ୍କ ବ୍ୟକ୍ତିଗତ ଜୀବନ ପୂର୍ବରୁ ମଧ୍ୟ ଚର୍ଚ୍ଚାରେ ରହିଥିଲା। ଐଶ୍ବର୍ଯ୍ୟା ରଜନୀକାନ୍ତଙ୍କ ସହ ତାଙ୍କର ୨୦ ବର୍ଷର ବିବାହ ସମାପ୍ତ ହେବା ପରେ ତାଙ୍କ ଜୀବନରେ ନୂଆ ଅଧ୍ୟାୟ ଆରମ୍ଭ ହୋଇଥିବା ମନେ ହେଉଛି। ତେବେ, ଏହି ଡେଟିଂ ଚର୍ଚ୍ଚା କେବଳ ଗୁଜବ ନା ବାସ୍ତବତା, ତାହା କେବଳ ଧନୁଷ ଏବଂ ମୃଣାଲ ହିଁ ସ୍ପଷ୍ଟ କରିପାରିବେ।

Leave a Reply

Your email address will not be published. Required fields are marked *