ପିଓକେକୁ ନେଇ କଂଗ୍ରେସକୁ ଟାର୍ଗେଟ କଲେ ଶାହ

ଭୁବନେଶ୍ୱର: ପିଓକେ ପ୍ରସଙ୍ଗରେ ନେହେରୁଙ୍କୁ ଟାର୍ଗେଟ କରିଛନ୍ତି ଗୃହମନ୍ତ୍ରୀ ଅମିତ ଶାହ ।ସଂସଦରେ ଅପରେସନ ସିନ୍ଦୂର ନେଇ ମହାବିତର୍କ ବେଳେ କଂଗ୍ରେସକୁ ଟାର୍ଗେଟ କରିଛନ୍ତି ଗୃହମନ୍ତ୍ରୀ| ପିଓକେ ପ୍ରସଙ୍ଗ ଉଠାଇ ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହାରଲାଲ୍ ନେହେରୁଙ୍କୁ କଟାକ୍ଷ କରିବା ସହ କହିଛନ୍ତି ଯେ ଏକପାଖିଆ ଭାବେ ନେହେରୁ ଯୁଦ୍ଧବିରତି ଘୋଷଣା କରିବା ଫଳରେ ପିଓକେର ଜନ୍ମ । ଯାହାକୁ ସର୍ଦ୍ଦାର ପଟେଲ ବିରୋଧ କରିଥିଲେ । ୧୯୭୧ ସିମଲା ଚୁକ୍ତି ବେଳେ ବି କଂଗ୍ରେସ ପିଓକେ କଥା ଭୁଲିଗଲା ।

ଗତକାଲି କଂଗ୍ରେସ ପ୍ରଶ୍ନ ଉଠାଉଥିଲା ଯେ କାହିଁକି ଯୁଦ୍ଧ ହୋଇନଥିଲା । ଯଦି ସେତେବେଳେ ସେମାନେ ପିଓକେକୁ ଆଣି ପାରିଥାନ୍ତେ ତାହାଲେ ଆଜି ଆକ୍ରମଣ କରିବା ଦରକାର ପଡ଼ିନଥାନ୍ତା ବୋଲି ଶାହ କହିଛନ୍ତି ।ତେବେ ପାକିସ୍ତାନ କଂଗ୍ରେସର ଏକ ଭୁଲ ବୋଲି ଛିଗୁଲେଛନ୍ତି ଶାହ । ଯଦି ସେମାନେ ଦେଶ ବିଭାଜନ ପ୍ରସ୍ତାବକୁ ସ୍ବୀକାର କରିନଥାନ୍ତେ ତେବେ ଆଜି ପାକିସ୍ତାନ ହିଁ ନଥାନ୍ତା ବୋଲି କହି କଂଗ୍ରେସ ଉପରେ ଖୁବ୍ ବର୍ଷିଛନ୍ତି ଶାହ ।

Leave a Reply

Your email address will not be published. Required fields are marked *