ମହାଦେବଙ୍କ ଦର୍ଶନ ସାରି ଫେରିବାବେଳେ ଦୁର୍ଘଟଣା, ୧୮ ଶ୍ରଦ୍ଧାଳୁଙ୍କର ମୃତ୍ୟୁ
ଝାଡ଼ଖଣ୍ଡ : ଦେଓଘର ନିକଟସ୍ଥ ଜାମୁନିଆ ଜଙ୍ଗଲ ଏକ ବଡ଼ ଦୁର୍ଘଟଣା ଦେଖିଲା ଯେଉଁଠି ଏକ ବସ୍ ଓ ଟ୍ରକ୍ ମଧ୍ୟରେ ମୁହଁମୁହିଁ ଧକ୍କା ହେବା ଫଳରେ ୧୮ କାଉଡ଼ିଆଙ୍କ ମୃତ୍ୟୁ ଘଟିଛି ଓ ୨୦ ରୁ ଅଧିକ ଗୁରୁତର ଆହତ ହୋଇଛନ୍ତି।
ଏହି କାଉଡ଼ିଆମାନେ ବୈଦନାଥ ଧାମରେ ଜଳାଭିଷେକ କରି ଘରକୁ ଫେରୁଥିଲେ। ଏହି ଦୁର୍ଘଟଣା ଆଜି ଭୋର ୪:୩୦ ଦରମିଆନ ଘଟିଥିଲା। ବସ୍ ଟି ଗଂଗା ଜଳ ବୋଝେଇ ଥିବା ଏକ ଟ୍ରକ୍ ସହ ବିପରୀତ ଦିଗରୁ ଆସି ଧକ୍କା ଖାଇଥିଲା।
ସଂସଦ ନିଶିକାନ୍ତ ଦୁବେ ଏହି ଦୁର୍ଘଟଣା ବାବଦରେ ସୂଚନା ଦେଇ ବେସ୍ତ ଦୁଃଖ ପ୍ରକାଶ କରିଛନ୍ତି। ମୃତଦେହଗୁଡ଼ିକୁ ଚିହ୍ନଟ କରିବା କାମ ଚାଲିଛି। ଡ୍ରାଇଭର ନିଶା ରେ ଥିଲେ କି ଘୁମ୍ ହୋଇଯାଇଥିଲେ – ଏହା ନେଇ ଜାଞ୍ଚ ଚାଲିଛି।
ମୁଖ୍ୟମନ୍ତ୍ରୀ ଓ ଅନ୍ୟ ଶୀର୍ଷ ନେତାମାନେ ଏହି ଦୁଃଖଦ ଘଟଣା ଉପରେ ଶୋକ ପ୍ରକାଶ କରିଛନ୍ତି ଓ ଆହତମାନେ ସହିତ ସରକାରୀ ସହଯୋଗ ଦେବା ନିଶ୍ଚୟ କରିଛନ୍ତି।
