ଜଙ୍ଗଲୀ ବାବୁଙ୍କ ଟଙ୍କା ପାହାଡ: ଏତେ ଟଙ୍କା ଦେଖି ଚଢ଼ାଉ ଅଧିକାରୀ ତାଟକା

ଭୁବନେଶ୍ବର: ଯେଉଁଠି ଦେଖିଲେ ଟଙ୍କା ଆଉ ଟଙ୍କା | ଘରେ ପୁଳା ପୁଳା ଟଙ୍କା ଆଉ ଏସବୁ ଦେଖି ଚଢ଼ାଉରେ ସାମିଲ ଅଧିକାରୀ ବି ତାଜୁବ ହୋଇଯାଇଛନ୍ତି | ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ କୋରାପୁଟର ଜୟପୁର ବନଖଣ୍ଡର ଡେପୁଟି ରେଞ୍ଜର ତଥା ଭାରପ୍ରାପ୍ତ ରେଞ୍ଜର ରାମଚନ୍ଦ୍ର ନେପାକଙ୍କ ଘର ସମେତ ୬ଟି ସ୍ଥାନରେ ଏକକାଳୀନ ଚଢ଼ଉ କରାଯାଇଛି। ଏପର୍ଯ୍ୟନ୍ତ ତାଙ୍କ ଘରେ ମାଟି ତଳୁ ନଗଦ ସାଢ଼େ ୩ ଲକ୍ଷ ଟଙ୍କା ମିଳିଛି। ସେହିପରି ଚଢ଼ାଉର ମାତ୍ର କିଛି ଘଣ୍ଟା ମଧ୍ୟରେ ଜଙ୍ଗଲି ବାବୁଙ୍କ ଘରୁ ମିଳିଲାଣି ନଗଦ ଦେଢ କୋଟି ଟଙ୍କା । ଏଥିସହ ଅଧ କେଜି ସୁନାକୁ ୨ କେଜି ରୂପା ବି ଜବତ କରିଛନ୍ତି ଭିଜିଲାନ୍ସ ଅଧିକାରୀ। ସ୍ୱତନ୍ତ୍ର ବିଚାରପତି, ଭିଜିଲାନ୍ସ, ଜୟପୁରଙ୍କ ଦ୍ୱାରା ଜାରି କରାଯାଇଥିବା ସର୍ଚ୍ଚ ୱାରେଣ୍ଟ ବଳରେ ଭିଜିଲାନ୍ସ ଦ୍ୱାରା ୬ ଜଣ ଡିଏସପି, ୫ ଜଣ ଇନ୍ସପେକ୍ଟର, ୯ ଜଣ ଏଏସଆଇ ଜୟପୁର ଏବଂ ଭୁବନେଶ୍ୱରର ନିମ୍ନଲିଖିତ ୬ଟି ସ୍ଥାନରେ ଏକକାଳୀନ ଘର ଚଢ଼ାଉ କରାଯାଉଛି।

ରାମଚନ୍ଦ୍ର ନେପାକଙ୍କର କୋରାପୁଟ ଜିଲ୍ଲା ଜୟପୁର ଟାଉନର ପିଆର ପେଟ୍ଟାର ଏନକେଟି ରୋଡରେ ପୈତୃକ ଜମିରେ ଥିବା ଘର, ଜୟପୁରର ପିଆର ପେଟ୍ଟାରେ ଥିବା ଗୋଲ୍ଡେନ ହାଇଟ୍ ଆବାସିକ ଆପାର୍ଟମେଣ୍ଟରେ ତାଙ୍କର ଫ୍ଲାଟ୍ ନମ୍ବର ୫୧୦, ଅନ୍ୟ ଫ୍ଲାଟ୍ ନମ୍ବର ୫୧୧, ଭୁବନେଶ୍ୱରର ରଘୁନାଥପୁର ୟୁଏମଏସ ଭାଗବତୀ ମାନ୍ସନରେ ଥିବା ତାଙ୍କ ଭାଇଙ୍କ ଫ୍ଲାଟ୍, ଜୟପୁର ଟାଉନର ସୋମ୍ବର ଟୋଟାରେ ଥିବା ତାଙ୍କ ଶ୍ୱଶୁର ଘର, ଜୟପୁର ଫରେଷ୍ଟ ରେଞ୍ଜରେ ତାଙ୍କ ଅଫିସ ଚାମ୍ବର ପ୍ରମୁଖ ସ୍ଥାନରେ ଚଢ଼ାଉ ଜାରି ରହିଛି |

Leave a Reply

Your email address will not be published. Required fields are marked *