ଋଣ ପାଇଁ ପୁରା ପରିବାର ସଫା, ଛୁଆ-ପତ୍ନୀଙ୍କୁ ହତ୍ୟା ପରେ ଆତ୍ମହତ୍ୟା କଲେ ବାପା |

ଅହମ୍ମଦାବାଦ: ଗୁଜୁରାଟର ଅହମ୍ମଦାବାଦ ବାଗୋଦରା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଋଣର ବୋଝ ସହି ନ ପାରି ଜଣେ ଦମ୍ପତି ତିନି ପିଲାଙ୍କୁ ବିଷ ଦେଇ ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା କରିଛନ୍ତି ବୋଲି ସନ୍ଦେହ କରାଯାଉଛି। ଏହି ଦୁଖଦଃ ଘଟଣା ଅଞ୍ଚଳବାସୀଙ୍କୁ ସ୍ତବ୍ଧ କରିଦେଇଛି |

ପୁଲିସ ସୂଚନା ଅନୁଯାୟୀ, ବିପୁଲ ବଘେଲ (୩୨), ଜଣେ ଅଟୋରିକ୍ସା ଚାଳକ, ତାଙ୍କ ପତ୍ନୀ ସୋନଲ ବଘେଲ (୨୬) ଏବଂ ତିନି ପିଲା—କରିନା (୧୧), ମୟୂର (୮) ଓ ପ୍ରିନ୍ସି (୫)—ଙ୍କ ମୃତଦେହ ସେମାନଙ୍କ ବାଗୋଦରାସ୍ଥିତ ଭଡ଼ା ଘରୁ ମିଳିଛି।

ଉକ୍ତ ଦମ୍ପତି କେଉଁ କାରଣ ପାଇଁ ଏଭଳି ଚରମ ପଦକ୍ଷେପ ନେଲେ ସେନେଇ ପୁଲିସ ତଦନ୍ତ ଚଳାଇଛି। ସୂଚନାନୁଯାୟୀ ସେମାନେ ଢୋଲ୍‌କା ଅଞ୍ଚଳର କିନ୍ତୁ ବଗୋଦରାର ଏକ ଭଡ଼ା ଘରେ ରହୁଥିଲେ। ବିପୁଲ ଅଟୋରିକ୍ସା ଚଳାଉଥିଲେ। ସେ ତାଙ୍କ ପରିବାରର ଏକମାତ୍ର ରୋଜଗାରିଆ ବ୍ୟକ୍ତି ଥିଲେ । ଜଣେ ସମ୍ପର୍କୀୟ କହିବା ଅନୁସାରେ , ବିପୁଲ ଋଣ କରି ଅଟୋ କିଣିଥିଲେ କିନ୍ତୁ ଏହାର ଇଏମ୍‌ଆଇ ସେ ଦେଇପାରୁନଥିଲେ। ଆର୍ଥିକ ସଙ୍କଟ ପାଇଁ ସେ ପ୍ରବଳ ଚାପରେ ଥିଲେ। ଏହି କାରଣ ପାଇଁ ସେ ଆତ୍ମହତ୍ୟା କରିଥାଇପାରନ୍ତି।

Leave a Reply

Your email address will not be published. Required fields are marked *