ବାଲେଶ୍ୱର ଘଟଣାକୁ ନେଇ ଓଡିଶା ଆସିପାରନ୍ତି ପ୍ରିୟଙ୍କା ଗାନ୍ଧୀ
ଭୁବନେଶ୍ୱର:
ଅନ୍ୟାୟ ପାଇଁ ସ୍ୱର ଉଠାଇ ଶେଷରେ ଜୀବନ ହାରିଦେଇଥିବା ଏଫଏମ କଲେଜର ଛାତ୍ରୀ ସୌମ୍ୟାଶ୍ରୀଙ୍କ ବାପାଙ୍କ ସହ ଆଜି କଥା ହୋଇଛନ୍ତି ରାହୁଲ ଗାନ୍ଧୀ | ରାହୁଲ ଆଜି ସୌମ୍ୟାଶ୍ରୀଙ୍କ ବାପାଙ୍କ ସହ କଥା ହୋଇ ସମବେଦନା ଜଣାଇବା ସହ ସାନ୍ତ୍ୱନା ଦେଇଛନ୍ତି | ସେହିପରି ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ମୁତାବକ ଖୁବ ଶୀଘ୍ର କଂଗ୍ରେସ ନେତ୍ରୀ ତଥା ସାଂସଦ ପ୍ରିୟଙ୍କା ଗାନ୍ଧୀ ଓଡ଼ିଶା ଆସିପାରନ୍ତି | ସେ ଓଡ଼ିଶା ଆସି ସୌମ୍ୟାଶ୍ରୀଙ୍କ ଘରକୁ ଯିବେ ଓ ତାଙ୍କ ପରିବାରକୁ ଭେଟିପାରନ୍ତି | ଉଲ୍ଲେଖ ଥାଉ କି ଗତକାଲି ଓଡିଶାର ବାଲେଶ୍ୱରରେ ଘଟିଥିବା ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟୁକୁ ନେଇ ତୀବ୍ର ପ୍ରତିକ୍ରିୟା ଦେଇଥିଲେ ପ୍ରିୟଙ୍କା ଗାନ୍ଧୀ। ପ୍ରିୟଙ୍କା ଗାନ୍ଧୀ ଏହି ଘଟଣାକୁ ନେଇ ବିଜେପି ସରକାରଙ୍କୁ ଟାର୍ଗେଟ କରିଥିଲେ । ସେ ଅଭିଯୋଗ କରିଥିଲେ ଯେ ବିଜେପି “ଅଭିଯୁକ୍ତଙ୍କୁ ସୁରକ୍ଷା ଦେଉଛି ।” ସେ ଆହୁରି କହିଥିଲେ , “ଦିଲ୍ଲୀରୁ ଓଡ଼ିଶା ପର୍ଯ୍ୟନ୍ତ ବିଜେପି ଅପରାଧୀଙ୍କ ସହ ଛିଡ଼ା ହୋଇଛି।” ଏହି ଘଟଣାରେ ଜଣେ ଝିଅ ନିଜ ସ୍ୱର ଉଠାଇବା ପରେ ଆତ୍ମହତ୍ୟା କରିବାକୁ ବାଧ୍ୟ ହୋଇଥିବା ସେ ଦୁଃଖ ପ୍ରକାଶ କରିଥିଲେ ଏବଂ ପ୍ରଧାନମନ୍ତ୍ରୀଙ୍କୁ ମହିଳାଙ୍କ ପାଇଁ ନ୍ୟାୟକୁ ନେଇ ପ୍ରଶ୍ନ ଉଠାଇଥିଲେ | ସେ କହିଥିଲେ ଯେ, ବିଜେପି ସରକାର ଦୋଷୀଙ୍କୁ ବଞ୍ଚାଉଛି, ଉଚ୍ଚଶିକ୍ଷା ମନ୍ତ୍ରୀ, ଏମଏଲଏ ଓ ସାଂସଦ ଅସଫଳ, ଓ କୌଣସି ନ୍ୟାୟ ମିଳୁନାହିଁ।ସେ ଦାବି କରିଛନ୍ତି ଯେ ଓଡିଶାର ଶିକ୍ଷାମନ୍ତ୍ରୀ, ଏମଏଲଏ ଓ ଏମପିଙ୍କ ପଦରୁ ଇସ୍ତଫା ହେବା ଉଚିତ୍।
ପ୍ରିୟଙ୍କା ଗାନ୍ଧୀ ଏକ୍ସରେ ଲେଖିଥିଲେ ଯେ
“ଓଡିଶାରେ ଆଉ ଜଣେ ଝିଅ ନ୍ୟାୟ ପାଇବା ଲାଗି ଲଢ଼େଇ କରିବାରେ ଜୀବନ ହାରିଲା । ଏହା କେବଳ ଓଡିଶା ନୁହେଁ, ଦିଲ୍ଲୀ, ଉତ୍ତର ପ୍ରଦେଶ, ମଣିପୁରରେ ବି ଏହା ଘଟୁଛି |
