ରାସନକାର୍ଡକୁ ନେଇ ମନ୍ତ୍ରୀଙ୍କ ବୟାନ୍ : ଅପାରଗ ସରକାର କହି ବିରୋଧୀଙ୍କ ଆକ୍ରମଣ

ରାସନ କାର୍ଡକୁ ନେଇ ବଡ ବୟାନ୍ ଦେଇଛନ୍ତି ମନ୍ତ୍ରୀ କୃଷ୍ଣ ପାତ୍ର । ମନ୍ତ୍ରୀଙ୍କ ବୟାନକୁ ନେଇ ଆଶ୍ୱସ୍ତି କମ୍ ଦ୍ୱନ୍ଦ୍ୱ ଅଧିକ ବଢିଯାଇଛି । ପୂର୍ବରୁ ମନ୍ତ୍ରୀ କହିଥିଲେ ଆୟକର ଦାଖଲ କରୁଥିଲେ ରାସନକାର୍ଡ କଟିଯିବ । ୪ଲକ୍ଷ ଆୟକରଦାତା ରାସନ କାର୍ଡ ହାତେଇଥିବା ତଥ୍ୟ ଦେଇଥିଲେ ମନ୍ତ୍ରୀ । ଆଉ ସେମାନଙ୍କୁ ରାସନକାର୍ଡରୁ ବାଦ ଦିଆଯିବ ବୋଲି କହିଥିଲେ । ଏବେ କିନ୍ତୁ ଭିନ୍ନ ବୟାନ ଦେଇ ରାଜନୀତି ବଢାଇଦେଇଛନ୍ତି ମନ୍ତ୍ରୀ କୃଷ୍ଣ ପାତ୍ର ।

ମନ୍ତ୍ରୀ କହିଛନ୍ତି, ଆୟକର ପାଇଁ କଟିଥିବା ରାସନକାର୍ଡ ହିତାଧିକାରୀଙ୍କ ଘରକୁଘର ବୁଲି ହେବ ଭେରିଫିକେସନ୍ । ଯାଞ୍ଚ ରିପୋର୍ଟରେ କାହାର କେତେ ଆୟ ଦେଖାଯିବ । ଯାଞ୍ଚ ପରେ ରାସନକର୍ଡ କାଟିବା ନେଇ ନିଷ୍ପତ୍ତି ନେବେ ସରକାର । ଯାହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ । କଡା ଭାଷାରେ ମନ୍ତ୍ରୀଙ୍କୁ ସମାଲୋଚନା କରିବା ସହ ମନ୍ତ୍ରୀ ନିୟମ ଜାଣିନାହାନ୍ତି କି ବୋଲି ପ୍ରଶ୍ନ କରିଛନ୍ତି । ସାଧାରଣ ଲୋକ ଏହା ଦ୍ୱାରା ହନ୍ତସନ୍ତ ହେଉଛନ୍ତି । ଅପାରଗ ସରକାର ଅପାରଗ ମନ୍ତ୍ରୀ କଣ କରୁଛନ୍ତି ଜାଣିପାରୁନାହାନ୍ତି ବୋଲି ବିରୋଧୀ ସମାଲୋଚନା କରିଛନ୍ତି । ଅନ୍ୟପଟେ ପ୍ରଶ୍ନ ଉଠୁଛି, କାହିଁକି ମନ୍ତ୍ରୀ ବାରମ୍ବାର ବୟାନ ବଦଳାଉଛନ୍ତି, କାହାର କଟିବ କାହାର ରହିବ ରାସନ କାର୍ଡ ।

Leave a Reply

Your email address will not be published. Required fields are marked *