ଭୂମିକମ୍ପରେ ଥରିଲା ଓଡିଶା । ଭାରତ ସମେତ ବାଂଲାଦେଶର ଅନେକ ସ୍ଥାନରେ ଭୂକମ୍ପ ଝଟକା

ଭୂମିକମ୍ପରେ ଥରିଲା ଓଡିଶା । ଓଡ଼ିଶାରେ ମୃଦୁ ଭୂମିକମ୍ପ ଅନୁଭୂତ । ସକାଳ ୬ଟା ୧୦ରେ ଅନୁଭୁତ ହୋଛି ଝଟକା । ରିକ୍ଟର ସ୍କେଲରେ ଭୂମିକମ୍ପର ତିବ୍ରତା ରହିଛି ୫.୧ ମ୍ୟାଗନେଚ୍ୟୁଟ୍ । ଭୁବନେଶ୍ୱର, ପୁରୀ ଓ ବ୍ରହ୍ମପୁର, ବାଲେଶ୍ୱର,ବାରିପଦାରେ ଝଟକା ଅନୁଭୂତ ହୋଇଛି ।
ଭୂକମ୍ପର କେନ୍ଦ୍ରସ୍ଥଳ ରହିଛି ବଙ୍ଗୋପସାଗର । ଭାରତ ସମେତ ବାଂଲାଦେଶର ଅନେକ ସ୍ଥାନରେ ଭୂକମ୍ପ ଝଟକା ଅନୁଭୁତ ହୋଇଛି । ଓଡ଼ିଶାରେ ମଧ୍ୟ ଝଟକା ଅନୁଭୁତ ହୋଇଛି । ପୁରୀଠାରୁ ଭୂକମ୍ପର କେନ୍ଦ୍ରସ୍ଥଳ ରହିଛି ୨୮୬ କିଲୋମିଟର, ବ୍ରହ୍ମପୁରରୁ ଦୂରତା ରହଛି ୩୯୪ କିଲୋମିଟର । ସେହିପରି ଭୁବନେଶ୍ବରରୁ ଦୂରତା ରହିଛି ୨୯୭ କିଲୋମିଟର ରହିଛି ।