ରକ୍ତ ଚାଉଳ ଚୋବାଉଛି ପାକିସ୍ତାନ୍ । ସୀମାରେ ରଚୁଛି ନୂଆ ନୂଆ ଷଡଯନ୍ତ୍ର

ରକ୍ତ ଚାଉଳ ଚୋବାଉଛି ପାକିସ୍ତାନ୍ । ସୀମାରେ ନୂଆ ନୂଆ ଷଡଯନ୍ତ୍ର ରଚୁଛି । ଜମ୍ମୁ-କାଶ୍ମୀରକୁ ନିଜ ଅଧିନକୁ ନେବାର ସ୍ୱପ୍ନ ଯେତେବେଳେ ମଉଳିବାରେ ଲାଗିଛି, ସେତେବେଳେ ପାକିସ୍ତାନ ତାର ନାପାକ୍ ହରକତ ଆରମ୍ଭ କରିଛି । ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ହଟାଗଲା, ଘାଟିରେ ଶାନ୍ତି ପ୍ରତିଷ୍ଠା ହୋଇ ରହିଛି… ଲୋକସଭା ନର୍ବାଚନ ଏବଂ ବିଧାନସଭା ନିର୍ବାଚନରେ ଲୋକେ ବହୁମାତ୍ରାରେ ଭୋଟ୍ ଦେଲେ । ନୂଆ ସରକାର ବନିଲା, ସରକାର ବନିବା ପରେ କାମବି ଆଗକୁ ବଢି ଚାଲିଛି । ଏସବୁକୁ ଦେଖି ପିକିସ୍ତାନ ଦେହରେ ନିଆଁ ଲାଗିଛି । ଗତ ୧୦ଦିନ ଭିତରେ ଏଲଓସିରେ ଆତଙ୍କବାଦୀ କାର୍ଯ୍ୟକଳାପ ବଢିଛି ।
ସେନାର ଜଣେ ପୂର୍ବ ଅଧିକାରୀଙ୍କ କହିବା ଅନୁସାରେ, ଏକ ସୁଚିନ୍ତିତ ଷଡ଼ଯନ୍ତ୍ର କରି ଏଲଓସିରେ ଗୁଳିଚାଳନା କରାଯାଉଛି । ନିର୍ବାଚନ ପରେ, ଲୋକମାନେ ଆଶା କରିଥିଲେ ଯେ ନୂତନ ସରକାର ଧାରା ୩୭୦କୁ ଏକ ପ୍ରସଙ୍ଗ କରିବେ । କିନ୍ତୁ ୩୭୦ ଏକ ପ୍ରସଙ୍ଗ ହେଲାନାହିଁ, ପୂର୍ଣ୍ଣ ରାଜ୍ୟ ମାନ୍ୟତା ଉପରେ ଗୁରୁତ୍ୱ ଦିଆଯାଉଛି । ପାକିସ୍ତାନ ଏବଂ ଆତଙ୍କବାଦୀ ସଂଗଠନଗୁଡ଼ିକ ଘାଟିର ସୁରକ୍ଷା ପରିସ୍ଥିତିକୁ ବିଚଳିତ ରଖିବାକୁ ଚାହୁଁଛନ୍ତି ଯାହା ଦ୍ୱାରା ଜମ୍ମୁ ଏବଂ କାଶ୍ମୀରକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ପାଇବାରେ ବିଳମ୍ବ ହେବ ।