ବିିଧାନଭାରେ ମିଶନ ଶକ୍ତି ଓ ମହିଳା ନିର୍ଯାତନା ଝଡ । ଗାନ୍ଧୀ ମୂର୍ତ୍ତି ତଳେ ବିଜେଡିର ଧାରଣା

ବିିଧାନଭାରେ ମିଶନ ଶକ୍ତି ଓ ମହିଳା ନିର୍ଯାତନା ଝଡ । ମହିଳାଙ୍କ ପ୍ରତି ନିର୍ଯାତନା ବଢୁଥିବା ଏବଂ ମିଶନ ଶକ୍ତି ଇସି ପୁନର୍ଗଠନ ବନ୍ଦ ନେଇ ଗୃହରେ ଝଡ ସୃଷ୍ଟି ହୋଇଥିଲା । ବିରୋଧୀଙ୍କ ହଟ୍ଟଗୋଳ ପାଇଁ ଗୃହକୁ ଅପରାହ୍ନ ୪ଟା ଯାଏଁ ମୁଲତବି ରଖିଛନ୍ତି
ବିଧାନସଭା ପ୍ରଶ୍ନକାଳ ଆରମ୍ଭରୁ ଗୃହରେ ହଟ୍ଟଗୋଳ ପାଇଁ ଗୃହକୁ ମଲତବି ରଖାଯାଇଛି । ପ୍ରଶ୍ନକାଳ ଆରମ୍ଭରୁ ଗୃହରେ ନାରାବାଜି ଆରମ୍ଭ କରିଥିଲେ ବିଜେଡି ଓ କଂଗ୍ରେସ ସଭ୍ୟ । ମିଶନ ଶକ୍ତି ଇସି ପୁନର୍ଗଠନ ବନ୍ଦ ଦାବି କରି ବାଚସ୍ପତିଙ୍କ ପୋଡିୟମ ତଳେ ଜୋରଦାର ପ୍ରତିବାଦ କରିଥିଲା ବିଜେଡି । କଂଗ୍ରେସ ମଧ୍ୟ ଗୃହ ମଧ୍ୟଭାଗକୁ ଆସି ହଟ୍ଟଗୋଳ କରିଥିବା ଦେଖିବାକୁ ମିଳିଖଥିଲା । ଗୃହରେ ପ୍ରବଳ ହଟ୍ଟଗୋଳ ଯୋଗୁଁ ଅପରାହ୍ନ ୪ଟା ଯାଏଁ ଗୃହକୁ ମୁଲତବି ରଖିଛନ୍ତି ବାଚସ୍ପତି । ସେପଟେ ଗୃହରୁ ମୁଲତବି ପରେ ଗାନ୍ଧୀ ମୂର୍ତ୍ତି ତଳେ ଧାରଣା ଦେଇଛନ୍ତି ବିଜେଡି ସଦସ୍ୟ ।
ବିଧାୟକ ଅରୁଣ ସାହୁ କହିଛନ୍ତି, ବିଜେପି ସରକାର କିଛି ଶୁଣିବାକୁ ଚାହୁଁନାହାନ୍ତି । ମାଆ ମାନେ ଏଠି ଧାରଣାରେ ବସି ଖରାରେ ସିଝୁଛନ୍ତି । ନିଜ ହକ୍ ପାଇଁ ଲଢେଇ କରୁଛନ୍ତି କିନ୍ତୁ ସେମାନଙ୍କ ସମସ୍ୟା ବୁଝୁନାହାନ୍ତି । ଏ ସରକାର ଅନ୍ଧ, ମୁକ, ବଧୀର ସାଜିଛନ୍ତି । ମିଶନ ଶକ୍ତିକୁ ଭାଙ୍ଗି, ତାଙ୍କ ଦଳର କର୍ମୀଙ୍କୁ ରଖିବା ପାଇଁ ବିଜେପି ଷଡଯନ୍ତ୍ର କରୁଛି । ଶୋଇଥିବା ବିଜେଡିକୁ ଉଠାଇବା ପାଇଁ ଆମେ ଧାରଣାରେ ବସିଛୁ ।