ବଡ ଖବର : ବଢିଲା ଇ-କେୱାଇସି ଅବଧି । ଜାଣନ୍ତୁ କେତେ ତାରିଖ ଯାଏଁ ଅବଧି ବଢାଇଲେ ସରକାର…

ରାସନକାର୍ଡଧାରୀଙ୍କ ପାଇଁ ବଡ ଖବର, ଯେଉଁମାନେ ଇକେୱାଇସି କରିନାହାନ୍ତି, ସେମାନଙ୍କ ପାଇଁ ଆଶ୍ୱସ୍ତିକର ଖବର ଆଣିଲେ ସରକାର । ବଢିଲା ଇ-କେୱାଇସି ଅପଡେଟ୍ ଅବଧି । ମାର୍ଚ୍ଚ ୩୧ ଯାଏଁ ଇ-କେୱାଇସି ଅପଡେଟ୍ ଅବଧିକୁ ବଢାଇଛନ୍ତି ସରକାର । ଘୋଷଣା କରିଛନ୍ତି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଆଜି ଇ-କେୱାଇସି ଅପଡେଟର ଅବଧି ସରୁଥିବା ବେଳେ ଏହି ଅବଧିକୁ ପୁଣି ମାର୍ଚ୍ଚ ୩୧ ତାରିଖ ଯାଏଁ ବଢାଇ ଦେଇଛନ୍ତି ସରକାର ।

ମନ୍ତ୍ରୀଙ୍କ କହିବା ଅନୁସାରେ, କିଛି ସ୍ଥାନରେ ନେଟୱର୍କ ସମସ୍ୟା ପାଇଁ ଲୋକେ ଇ-କେୱାଇସି କରିପାରିନାହାନ୍ତି । ୧୧୧ ସ୍ଥାନରେ ସ୍ଲୋ ନେଟୱର୍କ ଏବଂ ୨୩୦ ସ୍ଥାନରେ ନେଟୱର୍କ ନଥିବା କାରଣରୁ ଲୋକେ ଇ-କେୱାଇସି ଅପଡେଟ୍ କରିପାରିନାହାନ୍ତି । ମୋଟ ୩୪୧ ସେଣ୍ଟରରେ ନେଟୱର୍କ ନଥିବା କାରଣରୁ ଇକେୱାଇସି କରିବାରୁ ବଞ୍ଚିତ ହୋଇଛନ୍ତି । ଏହି ତଥ୍ୟ ସାମ୍ନାକୁ ଆସିବା ପରେ ସରକାର ଅବଧି ବଢାଇଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *