ଜମ୍ମୁରେ ବଡଧରଣର ଆଇଇଡି ବିସ୍ଫୋରଣ, ୨ଯବାନ ସହିଦ୍

ଜମ୍ମୁକାଶ୍ମୀରରେ ବଡ ଧରଣର ଆଇଡି ବିସ୍ଫୋରଣ । ଏହି ବିସ୍ଫୋରଣରେ ଦୁଇ ଯବାନ ସହିଦ୍ ହୋଇଛନ୍ତି । ଆଇଇଡି ବିସ୍ଫୋରଣରେ ଜଣେ ସେନା କ୍ୟାପଟେନ ଏବଂ ଜଣେ ସୈନିକ ସହିଦ ହୋଇଛନ୍ତି । ସୀମାବର୍ତ୍ତୀ ଅଞ୍ଚଳରେ ପାଟ୍ରୋଲିଂ ବେଳେ ଏହି ବିସ୍ଫୋରଣ ଘଟିଛି । ରାସ୍ତାରେ ଆତଙ୍କବାଦୀମାନେ ଆଇଇଡି ଖଞ୍ଜିଥିବା ସନ୍ଦେହ କରାଯାଉଛି । ବିସ୍ଫୋରଣ ପରେ ସର୍ଚ୍ଚ ଅପରେସନ୍ ଆରମ୍ଭ ହୋଇଯାଇଛି ।
ସୂତ୍ର ଅନୁସାରେ, ଏହି ଘଟଣାଟି ୩:୫୦ ରେ ଘଟିଥିଲା । ଏକ ସେନା ପାଟ୍ରୋଲିଂ ଦଳ ନିୟମିତ ପାଟ୍ରୋଲିଂରେ ଥିଲା । ତେବେ ସୀମା ନିକଟରେ ଏକ ଆଇଇଡି ବିସ୍ଫୋରଣ ହୋଇଥିଲା ଯେଉଁଥିରେ ଜଣେ ଅଧିକାରୀ ସମେତ ତିନି ଜଣ ସୈନିକ ଗୁରୁତର ଆହତ ହୋଇଥିଲେ । ଆହତମାନଙ୍କୁ ତୁରନ୍ତ ଚିକିତ୍ସା ପାଇଁ ଡାକ୍ତରଖାନାକୁ ନିଆଯାଇଥିଲା ।
ଅଖନୁର ସେକ୍ଟରରେ ମୋର୍ଟାର ସେଲ୍ ମିଳିଛି
ଏହା ପୂର୍ବରୁ, ମଙ୍ଗଳବାର ଜମ୍ମୁ ଜିଲ୍ଲାର ଅଖନୁର ସେକ୍ଟରରେ ଏକ ମୋର୍ଟାର ସେଲ୍ ମିଳିଥିଲା, ଯାହାକୁ ବୋମା ନିଷ୍କ୍ରିୟକାରୀ ଦଳ ଦ୍ୱାରା ନିଷ୍କ୍ରିୟ କରାଯାଇଥିଲା । ପୋଲିସ ଅଧିକାରୀ ଏହି ସୂଚନା ଦେଇଛନ୍ତି । ଅଧିକାରୀ ଜଣକ କହିଛନ୍ତି ଯେ କିଛି ସ୍ଥାନୀୟ ଲୋକ ସକାଳ ପ୍ରାୟ ୧୦ଟା ସମୟରେ ନାମାନ୍ଦର ଗାଁ ନିକଟସ୍ଥ ପ୍ରତାପ କେନାଲରେ ଏକ ମୋର୍ଟାର ସେଲ୍ ଦେଖିଥିଲେ । ସେ କହିଛନ୍ତି ଯେ ସୂଚନା ପାଇବା ପରେ ପୋଲିସ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲା ଏବଂ ପରେ ବୋମା ନିଷ୍କ୍ରିୟକାରୀ ଦଳକୁ ଡାକିଥିଲା, ଯେଉଁମାନେ ବିସ୍ଫୋରକ ସାମଗ୍ରୀକୁ ସୁରକ୍ଷିତ ଭାବରେ ନିଷ୍କ୍ରିୟ କରିଥିଲେ ।