ବିବାଦୀୟ ଆଇପିଏସ୍ ଅଧିକାରୀ ରାଜେଶ ପଣ୍ଡିତଙ୍କ ନିଲମ୍ବନ ଅବଧି ଆଉ ୬୦ ଦିନ ବୃଦ୍ଧି

ନୂଆଦିଲ୍ଲୀ: ବିବାଦୀୟ ଆଇପିଏସ୍ ଅଧିକାରୀ ରାଜେଶ ପଣ୍ଡିତଙ୍କ ନିଲମ୍ବନ ଅବଧିକୁ ଆଉ ୬୦ ଦିନ ବୃଦ୍ଧି କରାଯାଇଛି। ଗୃହ ବିଭାଗ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ପଣ୍ଡିତଙ୍କ ପୂର୍ବ ୧୨୦ ଦିନର ନିଲମ୍ବନ ଅବଧି ଆଜି ଶେଷ ହୋଇଛି।

ଜାନୁଆରି ୨୨ତାରିଖରେ ଏକ କମିଟି ତାଙ୍କ ନିଲମ୍ବନର ସମୀକ୍ଷା କରିଥିଲା। ତାଙ୍କ ବିରୋଧରେ ଥିବା ତଥ୍ୟ ଓ ଦସ୍ତାବିଜଯାଞ୍ଚ କରିବା ପରେ କମିଟି ତାଙ୍କ ନିଲମ୍ବନକୁ ଲମ୍ବା କରିବାକୁ ନିଷ୍ପତ୍ତି ନେଇଛି। ଭାରତୀୟ ପୁଲିସ ସେବା ନିୟମ ଉଲ୍ଲଂଘନ ଅଭିଯୋଗରେ ପଣ୍ଡିତଙ୍କୁ ଗତ ବର୍ଷ ଜୁଲାଇ ୩୦ ତାରିଖରେ ରାଜ୍ୟ ସରକାର ନିଲମ୍ବିତ କରିଥିଲେ। ୨୦୨୪ ଜୁଲାଇ ୨୭ତାରିଖରେ କ୍ୟାପିଟାଲ ଥାନା ଅଞ୍ଚଳରେ ଘଟିଥିବା ଏକ ଘଟଣାକୁ ଦୃଷ୍ଟିରେ ରଖି ଏହି ନିଲମ୍ବନ କରାଯାଇଛି।

ପଣ୍ଡିତଙ୍କ ବିରୋଧରେ କ୍ଷମତାର ଅପବ୍ୟବହାର ଏବଂ ତାଙ୍କ ପଦବୀର ମର୍ଯ୍ୟାଦାକୁ କ୍ଷୁର୍ଣ୍ଣ କରିଥିବା ଅଭିଯୋଗ ହୋଇଥିଲା। ଯାହାଫଳରେ ପ୍ରାରମ୍ଭିକ ୬୦ ଦିନ ପାଇଁ ନିଲମ୍ବିତ କରାଯାଇଥିଲା। ପରବର୍ତ୍ତୀ ସମୟରେ ସରକାର ତାଙ୍କ ନିଲମ୍ବନକୁ ସେପ୍ଟେମ୍ବର ୨୮ରୁ ଆଉ ୧୨୦ ଦିନ ପାଇଁ ବୃଦ୍ଧି କରିଥିଲେ ଏବଂ ଏହା ତୃତୀୟ ଅବଧି ବୃଦ୍ଧି କରିଥିଲେ।

ଅଭିଯୋଗ ଅନୁଯାୟୀ, ଗତ ଜୁଲାଇ ୨୭ ତାରିଖରେ ପଣ୍ଡିତ ଓଡ଼ିଶା କ୍ରାଇମବ୍ରାଞ୍ଚର ଭୁବନେଶ୍ୱର ଅର୍ଥନୈତିକ ଅପରାଧ ଶାଖାରେ କାର୍ଯ୍ୟରତ ଓଡ଼ିଶା ପୁଲିସର ଜଣେ ବିବାହିତ ମହିଳା ଇନ୍ସପେକ୍ଟରଙ୍କ ଘରେ (କ୍ୟାପିଟାଲ ଥାନା ଅଧୀନରେ) ବଳ ପୂର୍ବକ ପଶିଥିଲେ। ଆଇପିଏସ୍ ଅଫିସର ମହିଳା ଇନ୍ସପେକ୍ଟରଙ୍କୁ ଘରୁ ଟାଣି ଆଣି ତାଙ୍କୁ ବିବାହ କରିବାକୁ ଚାହୁଁଥିବା ଅଭିଯୋଗ ହୋଇଛି। ପରେ କ୍ୟାପିଟାଲ ଥାନା ଅଧିକାରୀମାନେ ନିଶାଗ୍ରସ୍ତ ଆଇପିଏସ୍ ଅଫିସରଙ୍କୁ ଅଟକ ରଖିଥିଲେ।

Leave a Reply

Your email address will not be published. Required fields are marked *