ସ୍କୁଲ ନଯିବାରୁ ବାପାଙ୍କ ଗାଳି, ଆତ୍ମହତ୍ଯା କଲା ପୁଅ

ଭୁବନେଶ୍ୱର: ସ୍କୁଲ ନଯିବାରୁ ବାପା ଗାଳିଗୁଲଜ କଲେ। ଏହାକୁ ସହିନପାରି ଜଣେ ନାବାଳକ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ପଞ୍ଚବତୀ ଆଶ୍ରମ ନିକଟରୁ ତାଙ୍କ ଝୁଲନ୍ତା ମୃତଦେହ ମିଳିବା ପରେ ଘଟଣା ସାମ୍ନାକୁ ଆସିଛି। ଆଶ୍ଚର୍ଯ୍ୟର କଥା ହେଉଛି ମୃତ ନାବାଳକଙ୍କ ପରିବାର ଲୋକେ ପୁଲିସକୁ ନ ଜଣାଇ ତାଙ୍କର ଅନ୍ତିମ ସଂସ୍କାର କରିଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ଧଉଳି କାଣ୍ଡି ସାହିର ଏହି ବାଳକ ସ୍କୁଲ ଯାଇନଥିଲା। ଏହାକୁ ନେଇ ତାଙ୍କ ବାପା କ୍ଷୁବ୍ଧ ହୋଇ ତାଙ୍କୁ ଗାଳିଗୁଲଜ କରିଥିଲେ। ବାପାଙ୍କ ଗାଳିଗୁଲଜ ପରେ ନାବାଳକ ଜଣକୁ ଘରୁ ଚାଲି ଯାଇଥିଲେ। ପରେ ତାଙ୍କ ମୃତଦେହ ଗାଁ ନିକଟରେ ଝୁଲନ୍ତା ଅବସ୍ଥାରେ ମିଳିଥିଲା। ପରିବାର ଲୋକେ ପୁଲିସକୁ ନ ଜଣାଇ କାହିଁକି ଅନ୍ତିମ ସଂସ୍କାର କଲେ ତାହା ଜଣାପଡ଼ିନାହିଁ।
ଘଟଣା ପରେ ନିଖୋଜ ହୋଇଥିବା ନାବାଳକର ବାପାଙ୍କୁ ଅଧିକାରୀମାନେ ଖୋଜିବା ପରେ ପରିସ୍ଥିତି ଗମ୍ଭୀର ହୋଇଛି। ତାଙ୍କ ନିଖୋଜ ହେବାର କାରଣ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ।