ଛୁରୀ ଦେଖାଇ ମହିଳାଙ୍କୁ ଦୁଷ୍କର୍ମ !

ଢେଙ୍କାନାଳ: ଲଜ୍ଜା.. ଲଜ୍ଜା… ଲଜ୍ଜା । ଛୁରୀ ଦେଖାଇ ମହିଳାଙ୍କୁ ଦୁଷ୍କର୍ମ। ଢେଙ୍କାନାଳରେ ଜଣେ ମହିଳାଙ୍କୁ ଛୁରୀ ଦେଖାଇ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତ ମାନେ ତାଙ୍କୁ ଛୁରୀ ଦେଖାଇ ଧରିବା ପରେ ତାଙ୍କୁ ବାନ୍ଧି ପକାଇଥିଲେ। ଏହାପରେ ଦୁଷ୍କର୍ମ ପୀଡ଼ିତା ସ୍ଥାନୀୟ ଥାନାରେ ଲିଖିତ ଅଭିଯୋଗ କରିବା ପରେ ଘଟଣା ସାମ୍ନାକୁ ଆସିଛି।

ମିଳିଥିବା ସୂଚନା ଅନୁଯାୟୀ, ସଦର ଥାନା ଅଧୀନରେ ଥିବା ଏକ ଭଡ଼ା ଘରେ ଏକାକୀ ରହୁଥିଲା ପୀଡ଼ିତା । ଏହି ସମୟରେ ହୃଷିକେଶ ସାହୁ ତାଙ୍କ ଘରେ ପଶିଥିଲା। ପରେ ତାଙ୍କୁ ଛୁରୀ ଦେଖାଇ ଧମକ ଦେଇ ବାନ୍ଧି ପକାଇଥିଲା । ପରେ ଏହି ଜଘନ୍ୟ କାଣ୍ଡ ଘଟାଇଛି। ପୀଡ଼ିତାଙ୍କ ଅଭିଯୋଗ ପରେ ପୁଲିସ ଦେବଗଡ଼ର ହୃଷିକେଶ ସାହୁଙ୍କୁ ଅଟକ ରଖିଛି। ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ, ଏକ ମିଲରେ ଚାକିରି କରୁଥିବା ହୃଷିକେଶ ସାହୁ ମହିଳାଙ୍କ ଜୀବନଶୈଳୀ ବିଷୟରେ ପୂର୍ବରୁ ଜାଣିଥିଲା।

ପୁଲିସ ଅଧିକ ପ୍ରମାଣ ଓ ସାକ୍ଷ୍ୟ ସଂଗ୍ରହ କରୁଥିବାରୁ ତଦନ୍ତ ଜାରି ରହିଛି। ମାମଲା ସାମ୍ନାକୁ ଆସିବା ପରେ ଅଧିକ କିଛି ସୂଚନା ଆଶା କରାଯାଉଛି।

 

Leave a Reply

Your email address will not be published. Required fields are marked *