୨୦୨୪ର କଷ୍ଟ ରହିବନି ୨୦୨୫ରେ! ଏହିସବୁ ଉପାୟ ଅବଲମ୍ବନ କରନ୍ତୁ

ଭୁବନେଶ୍ୱର: ବଜରଙ୍ଗବଳିଙ୍କୁ ସଂକଟ ମୋଚନ ବୋଲି କୁହାଯାଏ। ମାନ୍ୟତା ଅନୁସାରେ, ହନୁମାନଙ୍କ ପୂଜା କଲେ ଜୀବନରେ ସଂକଟ ଆସେ ନାହିଁ, ଏବଂ ସଙ୍କଟ ଥିଲେ ଦୂରେଇ ଯାଏ । ଘରରେ ସୁଖ ଶାନ୍ତି ଫେରିଆସେ ବା ଅତୁଟ ରୁହେ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ୨୦୨୫ ମସିହା ବହୁତ ଖାସ ହେବ। ଅଙ୍କ ଶାସ୍ତ୍ର ଅନୁସାରେ, ୨୦୨୫ ମସିହାର ଅଙ୍କଗୁଡ଼ିକୁ ଯୋଡ଼ି ମୂଳାଙ୍କ ୯ ହେଉଛି। ଯାହାର ସ୍ୱାମୀ ଗ୍ରହ ମଙ୍ଗଳ ଏବଂ ମଙ୍ଗଳ ଗ୍ରହର ସ୍ୱାମୀ ହନୁମାନଙ୍କୁ ମାନନ୍ତି। ଏହି ପରିସ୍ଥିତିରେ, ହନୁମାନଙ୍କ ବିଶେଷ କୃପା ପାଇବା ପାଇଁ, ଏହିବର୍ଷ ବାସ୍ତୁ ଶାସ୍ତ୍ର ଅନୁସାରେ ଘରର ଏହି ଦିଗରେ ବଜରଙ୍ଗବଳିଙ୍କ ମୂର୍ତ୍ତି କିମ୍ବା ଫଟୋ ଲଗାଇବା ଶୁଭ ହେବ।
ବାସ୍ତୁ ଶାସ୍ତ୍ର ଅନୁସାରେ ଘର ତିଆରି କରିବା ଏବଂ ତାହାରେ ସାମାନ୍ୟ ରଖିବା ଭଲ ହୁଏ। ଏହା ସହିତ ଘରରେ ହନୁମାନଙ୍କ ମୂର୍ତ୍ତି ଏବଂ ଫଟୋ ଲଗାଇବାରୁ ସୁଖ-ଶାନ୍ତି ଏବଂ ଧନ ଦୌଲତ ବୃଦ୍ଧି ହୁଏ। ଏହା ମାତ୍ର ନୁହେଁ, ଘରରୁ ସମସ୍ତ ପ୍ରକାରର ରୋଗ ଦୋଷ ଦୂର ହୁଏ ଏବଂ ପରିବାରର ସଦସ୍ୟଙ୍କର ଆତ୍ମବିଶ୍ୱାସ ବୃଦ୍ଧି ହୁଏ।
ନୂଆ ବର୍ଷରେ ବାସ୍ତୁ ଶାସ୍ତ୍ର ଅନୁସାରେ ଘରର ଦକ୍ଷିଣ ଦିଗରେ ଉଡ଼ୁଥିବା ହନୁମାନଙ୍କ ଫଟୋ ଲଗାନ୍ତୁ। ଯେଉଁଥିରେ ତାଙ୍କର କନ୍ଧରେ ଭଗବାନ ରାମ ବସିଥିବେ। ଏହା କରିବା ଦ୍ୱାରା ୨୦୨୫ ମସିହାରେ ଆପଣଙ୍କର ମାନ ସମ୍ମାନ ପ୍ରତିଷ୍ଠା ବୃଦ୍ଧି ପାଇବ।
ବାସ୍ତୁ ଶାସ୍ତ୍ର ଅନୁସାରେ, ୨୦୨୫ରେ ଘରର ପଶ୍ଚିମ ଦିଗରେ ହନୁମାନ ଜୀଙ୍କ ହାତରେ ଧ୍ୱଜା ଧରି ଉଡ଼ୁଥିବା ମୁଦ୍ରାରେ ଥିବା ଫଟୋ ଲଗାନ୍ତୁ। ଏଥିରୁ ଆପଣଙ୍କର ଅଟକିଥିବା କାମ ସମ୍ପୂର୍ଣ୍ଣ ହେବ ଏବଂ ପ୍ରତ୍ୟେକ କାମରେ ସଫଳତା ମିଳିବ।
୨୦୨୫ ମସିହାରେ ବଜରଙ୍ଗବଳିଙ୍କ ବୀର ମୁଦ୍ରାରେ ଉଡି ଏବଂ ହାତରେ ଗଦା ଧରିଥିବା ଫଟୋକୁ ଘରର ଦକ୍ଷିଣ କିମ୍ବା ଦକ୍ଷିଣ ପୂର୍ବ ଦିଗରେ ଲଗାନ୍ତୁ। ଏହା କରିବାରୁ ହାରାଇଥିବା ଆତ୍ମବିଶ୍ୱାସ ପୁନଃ ଫେରିବ ଏବଂ ସାହସରେ ମଧ୍ୟ ବୃଦ୍ଧି ହେବ।
ଘରରେ ପୁରୁଣା ଏବଂ ଗମ୍ଭୀର ରୋଗରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି। ତେବେ ୨୦୨୫ ମସିହାରେ ହନୁମାନଙ୍କ ସଂଜୀବନୀ ବୁଟି ପର୍ବତ ହାତରେ ଧରିଥିବା ଫଟୋକୁ ଘରର ଉତ୍ତର-ପୂର୍ବ ଦିଗରେ ଲଗାନ୍ତୁ। ବାସ୍ତୁ ଶାସ୍ତ୍ର ଅନୁସାରେ ଏହି ପ୍ରକାରର ଫଟୋ ଲଗାଇବାରୁ ଘରରେ ହନୁମାନଙ୍କ କୃପା ହେବ ଏବଂ ରୋଗରୁ ମୁକ୍ତି ମିଳିବ।
ବାସ୍ତୁ ଶାସ୍ତ୍ର ଅନୁସାରେ, ୨୦୨୫ ମସିହାରେ ହନୁମାନଙ୍କ ବସିଥିବା ମୁଦ୍ରାରେ ଲାଲ ରଙ୍ଗର ଫଟୋକୁ ଘରର ଉତ୍ତର-ପୂର୍ବ ଦିଗରେ ଲଗାନ୍ତୁ। ଏହା କରିବା ଦ୍ୱାରା କ୍ରୋଧ ଉପରେ ନିୟନ୍ତ୍ରଣ ରହିବ। ଏହା ସହିତ ଘରରୁ ନକାରାତ୍ମକ ଉର୍ଜା ମଧ୍ୟ ଦୂର ହୁଏ।
୨୦୨୫ ମସିହାରେ ପଞ୍ଚମୁଖୀ ହନୁମାନଙ୍କ ଫଟୋ କିମ୍ବା ମୂର୍ତ୍ତି ନିଶ୍ଚିତ ଭାବରେ ଲଗାନ୍ତୁ। ହନୁମାନଙ୍କ ଏହି ଫଟୋକୁ ଘରର ମୁଖ୍ୟ ଦ୍ୱାର କିମ୍ବା ଉତ୍ତର-ପୂର୍ବ ଦିଗରେ ଲଗାଇବା ଶୁଭ ହୁଏ। ଏହା କରିବାରୁ ଘରରେ ନକାରାତ୍ମକ ଉର୍ଜା ପ୍ରବେଶ କରେ ନାହିଁ ଏବଂ ଘରରେ ସକାରାତ୍ମକ ଉର୍ଜା ହୁଏ ।