ସାହୁ ଭାଉଜ ଓ ଥାନା ଆଇଆଇସି ଫସିଲେ!
ମାଲକାନଗିରି: ମାଲକାନଗିରି ଜିଲ୍ଲା କୋଟମେଟା ଅଞ୍ଚଳରେ ଏକ ଯାତ୍ରା ଶୋ’ରେ ଅଶ୍ଳୀଳ ନୃତ୍ୟ ପରିବେଷଣ କରିଥିବା ଅଭିଯୋଗରେ ‘ସାହୁ ଭଉଜ’ ନାମରେ ପରିଚିତ ଭାଗ୍ୟଶ୍ରୀ ସାହୁଙ୍କ ବିରୋଧରେ ପୁଲିସ ମାମଲା ରୁଜୁ କରିଛି। ମିଳିଥିବା ସୂଚନା ଅନୁଯାୟୀ, ସାହୁ ଭାଉଜ ଓରଫ ଭାଗ୍ୟଶ୍ରୀ ସାହୁଙ୍କ ବିରୋଧରେ ବିଏନଏସର ଧାରା ୨୯୬ (ଅଶ୍ଳୀଳ କାର୍ଯ୍ୟ ଓ ଗୀତ) ଅନୁଯାୟୀ ମାମଲା ରୁଜୁ କରାଯାଇଛି।
ଏହି କାର୍ଯ୍ୟକ୍ରମର ଆୟୋଜକଙ୍କ ବିରୋଧରେ ମଧ୍ୟ ମାମଲା ରୁଜୁ କରାଯାଇଛି। ଅପରପକ୍ଷରେ ମାଥିଲି ଥାନା ଆଇଆଇସି ଦେବବ୍ରତ ମଲ୍ଲିକ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଭାଗ୍ୟଶ୍ରୀ ସାହୁଙ୍କ ଆପତ୍ତିଜନକ କାର୍ଯ୍ୟକୁ ଅଟକାଇ ବା ବିରୋଧ କରିନଥିବାରୁ ତାଙ୍କ ବିରୋଧରେ ବିଭାଗୀୟ ତଦନ୍ତ ଆରମ୍ଭ ହୋଇଛି। ବିଭାଗୀୟ ତଦନ୍ତ ପାଇଁ ମାଲକାନଗିରି ଏସଡିପିଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ବୋଲି ମାଲକାନଗିରି ଏସପି ସୂଚନା ଦେଇଛନ୍ତି ।
