ଭୁଲ୍ ମାନିଲେ, ବିମାନ ଖସାଇବା ପଛରେ ଋଷର ହାତ ଅଛି ସ୍ୱୀକାର କଲେ ଋଷ ରାଷ୍ଟ୍ରପତି

ନୂଆଦିଲ୍ଲୀ: ଆଜରବାଇଜାନ ଏୟାରଲାଇନ୍ସର ବିମାନ ଦୁର୍ଘଟଣା ଘଟଣାରେ ଏବେ ବଡ ତଥ୍ୟ ସାମ୍ନାକୁ ଆସିଛି । ବିମାନଟିକୁ ଖସାଇବା ପାଇଁ ରୁଷିଆ ଖସାଇଥିବା ସ୍ୱୀକାର କରିଛି । ୟୁକ୍ରେନର ଡ୍ରୋନ୍ ଆକ୍ରମଣକୁ ବିଫଳ କରିବା ପାଇଁ ତା’ର ବାୟୁ ପ୍ରତିରକ୍ଷା ବାହିନୀ ଆଜରବାଇଜାନୀ ଏୟାରଲାଇନ୍ସର ଏକ ବିମାନକୁ ଟାର୍ଗେଟ କରିଥିବା ରୁଷ୍ ଶନିବାର ସ୍ୱୀକାର କରିଛି।
କ୍ରେମଲିନ୍ ଦାବି କରିଛି ଯେ ବିମାନଟି ରୁଷିଆର ଗ୍ରୋଜନି ବିମାନବନ୍ଦରରେ ଅବତରଣ କରିବାକୁ ଚେଷ୍ଟା କରିଥିଲା। ସେହି ସମୟରେ ୟୁକ୍ରେନର ଡ୍ରୋନ୍ ରୁଷିଆ ଉପରେ ଆକ୍ରମଣ କରୁଥିଲା। ଏଥିପାଇଁ ଋଷରାଷ୍ଟ୍ରପତି ଭ୍ଲାଦିମିର ପୁଟିନ କ୍ଷମା ପ୍ରାର୍ଥନା କରିଛନ୍ତି।
ବୁଧବାର ମଧ୍ୟାହ୍ନ ପ୍ରାୟ ସାଢ଼େ ୧୨ଟା ବେଳେ କାଜାଖସ୍ତାନର ଆକ୍ଟନ୍ ଠାରେ ଏହି ଦୁର୍ଘଟଣା ଘଟିଛି। ବିମାନରେ କ୍ରୁ ମେମ୍ବରଙ୍କ ସମେତ ୬୨ ଜଣ ଯାତ୍ରୀ ଥିଲେ। ସେଥିମଧ୍ୟରୁ ୩୮ ଜଣ ପ୍ରାଣ ହରାଇଛନ୍ତି। ଯାତ୍ରୀମାନେ ମୂଳତଃ ରୁଷିଆ, ଆଜରବାଇଜାନ, କାଜାଖସ୍ତାନ ଓ କିର୍ଗିଜସ୍ତାନର ବୋଲି ଜଣାପଡ଼ିଛି। ବିମାନଟି ଆଜରବାଇଜାନର ରାଜଧାନୀ ବାକୁରୁ ଉଡ଼ାଣ ଭରିଥିଲା। ସେ ରୁଷିଆର ଦକ୍ଷିଣାଞ୍ଚଳ ଗ୍ରୋଜନିରେ ଅବତରଣ କରିବାର ଥିଲା। ଏହା ପୂର୍ବରୁ ବିମାନଟି ଅକ୍ଟୋ ନିକଟରେ ଖସି ପଡ଼ିଥିଲା। କ୍ରେମଲିନ୍ ଏହାକୁ ଏକ ଭୁଲ୍ ବୋଲି କହିଛି। କ୍ରେମଲିନ୍ ଅନୁଯାୟୀ, ବିମାନଟିକୁ ୟୁକ୍ରେନର ଡ୍ରୋନ୍ ଭାବେ ଟାର୍ଗେଟ କରାଯାଇଥିଲା।
ବିମାନଟି ବାରମ୍ବାର ବିମାନ ବନ୍ଦରରେ ଅବତରଣ କରିବାକୁ ଚେଷ୍ଟା କରୁଥିଲା। ଏହି ସମୟରେ ୟୁକ୍ରେନ୍ ଭ୍ଲାଦିକାଭକାଜ୍, ଗ୍ରୋଜନି ଏବଂ ମୋଜଡୋକ୍ ଅଞ୍ଚଳରେ ଡ୍ରୋନ୍ ଆକ୍ରମଣ କରୁଥିଲା। ରୁଷ ରାଷ୍ଟ୍ରପତି ପୁଟିନ୍ ମଧ୍ୟ ଏ ନେଇ ଆଜରବାଇଜାନ ରାଷ୍ଟ୍ରପତି ଇଲହାମ ଅଲିୟେଭଙ୍କୁ ଚିଠି ଲେଖିଛନ୍ତି। ଯେଉଁଥିରେ ପୁଟିନ୍ ଏହି ଘଟଣା ପାଇଁ କ୍ଷମା ପ୍ରାର୍ଥନା କରିବା ସହ ଏହାକୁ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି। ପୁଟିନ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି। ପୁଟିନ ମଧ୍ୟ ଦୁର୍ଘଟଣା ସମ୍ପର୍କରେ ଆଲିୟେଭଙ୍କ ସହ ଫୋନରେ କଥା ହୋଇଥିଲେ।
ଦୁର୍ଘଟଣାକୁ ନେଇ କ୍ରେମଲିନର ପ୍ରତିକ୍ରିୟା ପ୍ରଥମ ଥର ପାଇଁ ସାମ୍ନାକୁ ଆସିଛି । ଆମେରିକା ହ୍ଵାଇଟ୍ ହାଉସ୍ ମୁଖପାତ୍ର ଜନ୍ କିର୍ବି ସାମ୍ବାଦିକମାନଙ୍କୁ କହିଛନ୍ତି ଯେ ସେ ପୂର୍ବରୁ ସ୍ପଷ୍ଟ କରିସାରିଛନ୍ତି ଯେ ଏହି ଆକ୍ରମଣ ପଛରେ ରୁଷିଆର ହାତ ରହିଛି। ସେ ଅଧିକ ମନ୍ତବ୍ୟ ଦେବାକୁ ମନା କରିଦେଇଛନ୍ତି। ୟୁକ୍ରେନର ମୁଖପାତ୍ର ଆନ୍ଦ୍ରେ ୟେରମାକ୍ କହିଛନ୍ତି ଯେ ଏହି ଘଟଣା ପାଇଁ ରୁଷ୍ ଦାୟୀ। ଦୁର୍ଘଟଣା ପରେ ଆଜରବାଇଜାନ ଏୟାରଲାଇନ୍ସ ତଦନ୍ତ ଶେଷ ନ ହେବା ପର୍ଯ୍ୟନ୍ତ ବାକୁରୁ ଗ୍ରୋଜନି ପର୍ଯ୍ୟନ୍ତ ସମସ୍ତ ବିମାନ ବାତିଲ କରିଛି।