ଜନ୍ମଦିନରେ ଫ୍ୟାନ୍ସକୁ ସରପ୍ରାଇଜ ଦେଲେ ଦବଙ୍ଗ ଖାନ

ଆଜି ହେଉଛି ବଲିଉଡର ଦବଙ୍ଗ ଖାନଙ୍କ ଜନ୍ମଦିନ । ଏହି ଅବସରରେ ନିଜ ଫ୍ୟାନ୍ସକୁ ସରପ୍ରାଇଜ ଦେଲେ ଭାଇଜାନ । ତାଙ୍କର ଅପକମିଙ୍ଗ ଫିଲ୍ମ ‘ସିକନ୍ଦର’ର ପ୍ରଥମ ପୋଷ୍ଟରର ଜାରି କରାଯାଇଛି । ଏଆର ମୁରୁଗାଡୋସଙ୍କ ନିର୍ଦ୍ଦେଶିତ ‘ସିକନ୍ଦର’ ଆସନ୍ତା ବର୍ଷ ଇଦ୍ ଅବସରରେ ସିନେମାଘରକୁ ଆସିବ ।

ପୋଷ୍ଟରରେ ସଲମାନ ସୁଟ୍ ରେ ନଜର ଆସିଛନ୍ତି । ହାତରେ ଅସ୍ତ୍ର ଧରିଥିବାବେଳେ ପୃଷ୍ଠଭୂମି ଯୁଦ୍ଧକ୍ଷେତ୍ରର ବୋଲି ଜଣାପଡୁଛି । ଫିଲ୍ମରେ ସଲମାନଙ୍କ ଫାଷ୍ଟ-ଲୁକ୍ ପୋଷ୍ଟର ଓ ଟିଜର୍ ଦର୍ଶକଙ୍କ ସାମ୍ନାକୁ ଆଣିବା ପାଇଁ ‘ସିକନ୍ଦର’ ଟିମ୍ ଖୁବ୍ ପରିଶ୍ରମ କରିଛନ୍ତି । ପୂରା ଟିମ୍ ଏବେ ଫିଲ୍ମର ଦମ୍ଦାର ଆକ୍ସନ୍ ସିକ୍ୱେନ୍ସର ସୁଟିଂରେ ବ୍ୟସ୍ତ ଅଛି । ଫିଲ୍ମର ପ୍ରମୋସନ୍ ପାଇଁ ମଧ୍ୟ ଜୋରଦାର ଯୋଜନା ଚଲାଇଛି । ସଲ୍ଲୁଙ୍କ ଜନ୍ମଦିନ ଫିଲ୍ମ ପ୍ରମୋସନ୍ର ସବୁଠୁ ଭଲ ଦିନ ବୋଲି ଭାବି ନିର୍ମାତା ପ୍ରଥମ ପୋଷ୍ଟର୍ ଜାରି କରିଛନ୍ତି।

ନିକଟରେ ହାଇଦ୍ରାବାଦରେ ଫିଲ୍ମର ପ୍ରମୁଖ ଭାଗର ସୁଟିଂ ଶେଷ ହୋଇଛି । ଆସନ୍ତା ଜାନୁଆରୀରେ ଏକ ଜଟିଳ ଟ୍ରେନ୍ ଦୃଶ୍ୟର ସୁଟିଂ ପାଇଁ ପ୍ରସ୍ତୁତି ଚାଲିଛି । ଶେଷ ଭାଗର ସୁଟିଂ ମୁମ୍ବାଇରେ ହେବ । ‘ସିକନ୍ଦର’ ଜରିଆରେ ସଲମାନ ଓ ସାଜିଦ ନାଦିଆଦୱାଲା ପୁଣି ଥରେ ଏକାଠି କାମ କରିଛନ୍ତି । ଏହା ପୂର୍ବରୁ ଦୁହେଁ ‘କିକ୍’ ଓ ‘ମୁଝ୍ସେ ଶାଦି କରୋଗି’ ଭଳି ହିଟ୍ ଫିଲ୍ମରେ କାମ କରିଥିଲେ ।

Leave a Reply

Your email address will not be published. Required fields are marked *