ଅଧିକ ଆଣ୍ଟିବାୟୋଟିକ ଔଷଧ ଖାଇଲେ ଏହି ଗମ୍ଭୀର ରୋଗର ସମସ୍ୟା ଦେଖାଯାଏ
ଆଣ୍ଟିବାୟୋଟିକ ଔଷଧର ସେବନ ବ୍ୟାକ୍ଟେରିଆ ନିକଟରୁ ଇନଫେକ୍ସନ କୁ ଅଟକାଇବା ପାଇଁ ସେବନ କରାଯାଇ ଥାଏ । କିନ୍ତୁ ନିକଟରେ ଏହାର ଗମ୍ଭୀର ସାଇଡ ଇଫେକ୍ଟ ସାମ୍ନାକୁ ଆସିଛି । ଦକ୍ଷିଣ କୋରିଆର ଗବେଷକଙ୍କ ଅନୁସାରେ ଜଣା ପଡିଛି ଯେ ଦୀର୍ଘ ଦିନ ଧରି ଆଣ୍ଟିବାୟୋଟିକ ସେବନ କରିବା ଦ୍ୱାରା ପର୍କିସଂସ ରୋଗର କାରଣ ହୋଇଥାଏ ।
ଏହି ଗବେଷଣା ରେ ଜଣା ପଡିଛି ଯେ ଯେଉଁ ବ୍ୟକ୍ତିମାନେ ୪୦ ବର୍ଷରୁ ଉର୍ଦ୍ଧ୍ବ ସେମାନେ ଅଧିକ ପାର୍କିସଂସ ରୋଗରେ ପୀଡିତ ହେଉଛନ୍ତି ଏବଂ ଏଭଳି ବ୍ୟକ୍ତିଙ୍କ ନିକଟରେ ନିୟୁରୋଲୋଜି ଜନିତ ସମସ୍ୟା ଅଧିକ ଦେଖା ଯାଉଛି ।

ଆଣ୍ଟିବାୟୋଟିକ କେତେ ସେବନ କରିବା କ୍ଷତିକାରକ –
ଗବେଷଣା ଅନୁସାରେ ଯେଉଁ ବ୍ୟକ୍ତିମାନେ ୧୨୧ ରୁ ଅଧିକ ସମୟ ପର୍ଯ୍ୟନ୍ତ ଆଣ୍ଟିବାୟୋଟିକ ସେବନ କରନ୍ତି ସେମାନଙ୍କ ନିକଟରେ ପର୍କିସଂସ ରୋଗ ର ବିପଦ ଅଧିକ ଦେଖିବାକୁ ମିଳିଥାଏ । ଏହାଛଡା ଗବେଷକ ଙ୍କ ମତରେ ଅଧିକ ଆଣ୍ଟିବାୟୋଟିକ ସେବନ ରୋଗ ପ୍ରତିରୋଧକ କ୍ଷମତା ହ୍ରାସ କରିଥାଏ ।

ପାର୍କିସଂସ ଡିଜିଜ କ’ଣ –
ଏହା ଗୋଟିଏ ନିୟୁରୋଲୋଜିକାଲ ଡ଼ିଜାର୍ଡ଼ର ଅଟେ । ଯାହାକି ଶରୀରର ଗତିପଥ ଉପରେ ପ୍ରଭାବ ପକାଇଥାଏ । ହାତ ଥରିବା, ମାଂସପେଶୀ ରେ କଠୋରତା, ବାଲାନ୍ସ ରେ ସମସ୍ୟା ଦେଖାଯାଏ । ଏହା ବିଶେଷ ଭାବରେ ମସ୍ତିଷ୍କ ରେ ଡୋପାମାଇନ ନାମକ ରାସାୟନିକ କମିଯିବ କାରଣରୁ ହୋଇଥାଏ । ଯାହାକି ମାଂସପେଶୀ ର ଗତିକୁ ହ୍ରାସ କରିଥାଏ ।
ତେଣୁ ଯେତେବେଳେ କି ଆଣ୍ଟିବାୟୋଟିକ ସେବନ କରୁଛନ୍ତି ନିଜ ଇଚ୍ଛାରେ ନକରି ଡାକ୍ତରଙ୍କୁ ପରାମର୍ଶ କରି ସେବନ କରନ୍ତୁ ।
