ରାସନ ହିତାଧିକାରୀଙ୍କୁ ଝଟକା; ଜାନୁଆରି ମାସରୁ ମିଳିବନି ପିଡିଏସ୍ ଗହମ
ରାସନ ପାଉଥିବା ହିତାଧିକାରୀଙ୍କୁ ଝଟକା। ଚାଉଳ ସହ ମିଳିବନି ଗହମ ପିଡିଏସ୍ ଗହମ। ରାଜ୍ୟ ସରକାର ଖାଦ୍ୟ ସୁରକ୍ଷା ଯୋଜନାରେ ହିତାଧିକାରୀଙ୍କୁ ଜାନୁଆରି ମାସରୁ ଗହମ ଦେବେ ବୋଲି କହିଥିଲେ।
ହିତାଧିକାରୀଙ୍କୁ ୪ କିଲୋ ଚାଉଳ ସହ କିଲେ ଗହମ ଦେବାକୁ ବ୍ୟବସ୍ଥା ହୋଇଥିଲା। କେନ୍ଦ୍ର ସରକାର କିଛି ପରିମାଣର ଗହମ ମଞ୍ଜୁର କରିଥିଲେ ବି ପରିବହନ ଏବଂ ଗୋଦାମ ପ୍ରସ୍ତୁତ କରିବାକୁ ସମୟ ଲାଗୁଛି।
ଯେତେଶୀଘ୍ର ଏସବୁ ବ୍ୟବସ୍ଥା ସମ୍ପୂର୍ଣ୍ଣ ହୋଇଯିବ ହିତାଧିକାରୀଙ୍କୁ ସରକାର ଦେଇଥିବା ପ୍ରତିଶ୍ରୁତି ମୁତାବକ ଗହମ ଦେବେ ବୋଲି କହିଛନ୍ତି ଯୋଗାଣ ମନ୍ତ୍ରୀ।
ଉପଭୋକ୍ତାଙ୍କୁ ଏବେ ମିଳିବ ନାହିଁ ଗହମ। ଜାନୁଆରୀ ମାସରୁ ଚାଉଳ ସହ ଗହମ ଦେବାକୁ ସରକାର ଲକ୍ଷ୍ୟ ରଖିଥିଲେ ମଧ୍ୟ କିଛି କାରଣ ଯୋଗୁଁ ଏହା ସମ୍ଭବ ହୋଇପାରୁନାହିଁ।
ରାଜ୍ୟ ସରକାରଙ୍କ ଅନୁରୋଧ କ୍ରମେ ଯଦିଓ କିଛି ପରିମାଣର ଗହମ ମଞ୍ଜୁର କରିଛନ୍ତି କେନ୍ଦ୍ର ସରକାର। କିନ୍ତୁ ଗହମ ଯୋଗାଣ ପାଇଁ ଏବେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ନ ଥିବା କେନ୍ଦ୍ରକୁ ଜଣାଇଛନ୍ତି।
ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ବିଶେଷ କରି ପରିବହନ ଓ ଗୋଦାମ ପ୍ରସ୍ତୁତ କରିବାକୁ ସମୟ ଲାଗୁଛି। ଯେତେଶୀଘ୍ର ଏ ବ୍ୟବସ୍ଥା ହୋଇଯିବ, ତାପରଠାରୁ ଲୋକଙ୍କୁ ଚାଉଳ ସହିତ ଗହମ ଯୋଗାଇ ଦିଆଯିବ ବୋଲି ଖାଦ୍ୟ ଯୋଗାଣ ମନ୍ତ୍ରୀ କହିଛନ୍ତି।
ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ହିତାଧିକାରୀମାନଙ୍କୁ ପୂର୍ବରୁ ଚାଉଳ ସହ ଗହମ ଦିଆଯାଉଥିଲା । ୨୦୨୨ ମସିହା ପରଠାରୁ ଓଡ଼ିଶା କେନ୍ଦ୍ରରୁ ଗହମ ଆଣିବାକୁ ଅନାଗ୍ରହ ଦେଖାଇଥିଲା ।
କାରଣରେ ତତ୍କାଳୀନ ସରକାର କହିଥିଲେ ଯେ ହିତାଧିକାରୀମାନେ ଗହମ ନେବାକୁ ଆଗ୍ରହ ଦେଖାଉ ନାହାନ୍ତି । ଏବେ ପୂର୍ବ ବ୍ୟବସ୍ଥା ପୁଣି ଚାଲୁ କରିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର ।
