ଋଷରେ ୯/୧୧ ଆକ୍ରମଣର ପୁନରାବୃତି , ୩ଟି ହାଇ ରାଇଜିଂ ବିଲ୍ଡିଂ ଉପରେ ଡ୍ରୋନ୍ ଆକ୍ରମଣ
୯/୧୧ ଆକ୍ରମଣର ପୁନରାବୃତି । ଆମେରିକାରେ ୯/୧୧ ଆକ୍ରମଣ ଭଳି ଋଷରେ ହୋଇଛି ଆଟାକ୍ ତିନୋଟି ହାଇ ରାଇଜିଂ ବିଲ୍ଡିଂ ଉପରେ ହୋଇଛି ଡ୍ରୋନ୍ ଆକ୍ରମଣ । ତେବେ ଏହି ଆକ୍ରମଣ ପାଇଁ ୟୁକ୍ରେନକୁ ଦାୟୀ କରିଛି ଋଷ । ଏହି ଡ୍ରୋନ୍ ହମଲା ରାଜଧାନୀ ମସ୍କୋ ଠାରୁ ପ୍ରାୟ ୮୦୦ କିଲୋମିଟର ଦୂରରେ ଅବସ୍ଥିତ କାଜାନ ସହରରେ କରାଯାଇଛି ।
ସୋସିଆଲ ମିଡିଆରେ ଭାଇରାଲ୍ ହୋଇଥିବା ଭିଡିଓରେ ଡ୍ରୋନ୍ ବଡ ବଡ ତିନୋଟି କୋଠାକୁ ଧକ୍କା ଦେଉଥିବାର ଦେଖିବାକୁ ମିଳିଛି । ପରେ ବଡ଼ ଧରଣର ବିସ୍ଫୋରଣ ହୋଇଛି । ଏହି ଆକ୍ରମଣ ପରେ କାଜାନ ବିମାନ ବନ୍ଦରକୁ ସାମୟିକ ଭାବେ ବନ୍ଦ କରି ଦିଆଯାଇଛି । ସେହିପରି ସ୍ଥାନୀୟ ଅଞ୍ଚଳରେ ସମସ୍ତ ସ୍କୁଲ ଏବଂ କଲେଜକୁ ବନ୍ଦ କରି ଦିଆଯାଇଛି । ଏହି ଡ୍ରୋନ୍ ହମଲାରେ ବର୍ତ୍ତମାନ ସୁଦ୍ଧା କୌଣସି କ୍ଷୟକ୍ଷତିରେ ସୂଚନା ମିିଳିନାହିଁ । ବିଶେଷ କ୍ଷତି ହୋଇଥିବା ନେଇ ଅନୁମାନ କରାଯାଉଛି ।
କାଜାନ ସହରରେ ଏକ ଭୟଙ୍କର ଆକ୍ରମଣ ଘଟିଛି ଯାହା ଆମେରିକାର ଇତିହାସରେ ଘଟିଥିବା ୯/୧୧ ଆକ୍ରମଣକୁ ମନେ ପକାଇ ଦେଇଛି । ଋଷ୍ ପ୍ରତିରକ୍ଷା ମନ୍ତ୍ରଣାଳୟ ଟୁଇଟ୍ କରି କହିଛନ୍ତି ଯେ ଏହି ଡ୍ରୋନ୍ ଆକ୍ରମଣ ୟୁକ୍ରେନ ଦ୍ୱାରା ହୋଇଛି । ଅନ୍ୟ ଏକ ସୂଚନା ମୁତାବକ, ଚଳିତ ବର୍ଷ କାଜାନ ସହରରେ ବ୍ରିକ୍ସଦେଶ ସମ୍ମିଳନୀ ହୋଇଥିଲା । ଏହା ପରେ ସହର ଚର୍ଚ୍ଚାକୁ ଆସିଥିଲା ।
