ଚର୍ଚ୍ଚାରେ କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧୀ ବ୍ୟାଗ୍
ପୁଣି ଚର୍ଚ୍ଚାରେ ହ୍ୟାଣ୍ଡବ୍ୟାଗକୁ ନେଇ କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧୀ । ପାଲେଷ୍ଟାଇନ ପରେ ଏବେ ବାଂଲାଦେଶୀ ହିନ୍ଦୁଙ୍କ ସମର୍ଥନ ଲେଖାଥିବା ହ୍ୟାଣ୍ଡବ୍ୟାଗ ଧରି ସଂସଦରେ ପହଞ୍ଚିଥିଲେ ପ୍ରିୟଙ୍କା ।
ଗତକାଲି ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ସଂସଦ ଆସିବା ବେଳେ ଏକ ହ୍ୟାଣ୍ଡବ୍ୟାଗ୍ ଧରି ଆସିଥିଲେ, ଯେଉଁଥିରେ ‘ପାଲେଷ୍ଟାଇନ୍’ଲେଖାଥିଲା । ପାଲେଷ୍ଟାଇନ ସମର୍ଥନ ବ୍ୟାଗ ନେଇ ସଂସଦରେ ପହଞ୍ଚିବା ପରେ ବିଜେପି ଏହାର ବିରୋଧ କରିଥିଲା । ସେପଟେ ବାଂଲାଦେଶୀ ହିନ୍ଦୁଙ୍କ ସମର୍ଥନରେ ସଂସଦ ପରିସରରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ବିରୋଧୀ ଦଳ । ହାତରେ ବାଂଲାଦେଶ ହିନ୍ଦୁ ଓ ଇସାଇଙ୍କ ସମର୍ଥନରେ ଛିଡା ହୋଇଥିବା ପ୍ଲା କାର୍ଡ ଧରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ପ୍ରଧାନମନ୍ତ୍ରୀ ଜବାବ ଦିଅ ଭାରତ ସରକାର ହୋସକୁ ଆସ ବୋଲି ନାରା ଦେଇଥିଲେ ।
