ଓଡ଼ିଆ ଚଳଚ୍ଚିତ୍ର ନିର୍ମାତା ସୁରେନ୍ଦ୍ର କୁମାର ଖୁଣ୍ଟିଆଙ୍କ ପରଲୋକ

ଆଖି ବୁଝିଲେ ଓଡ଼ିଆ ଚଳଚ୍ଚିତ୍ର ନିର୍ମାତା, ଅଭିନେତା ତଥା ବିଶିଷ୍ଟ ଲେଖକ ଅଧ୍ୟାପକ ସୁରେନ୍ଦ୍ର କୁମାର ଖୁଣ୍ଟିଆ । ମୃତ୍ୟୁ ବେଳକୁ ତାଙ୍କୁ ୮୩ ବର୍ଷ ବୟସ ହୋଇଥିଲା । ମଙ୍ଗଳବାର ସକାଳ ୮ଟାରେ କଟକ ଲିଙ୍କ୍ ରୋଡସ୍ଥିତ ସୂର୍ଯ୍ୟ ବିହାରରେ ତାଙ୍କର ପରଲୋକ ହୋଇଛି।

‘ଚିହ୍ନା ଅଚିହ୍ନା’ ଓ ‘ଦେଖ ଖବର ରଖ ନଜର’ ଆଦି ଫିଲ୍ମ ନିର୍ମାଣ କରିଥିଲେ ସୁରେନ୍ଦ୍ର ଖୁଣ୍ଟିଆ । ଏହା ସହ ବହୁତ ଓଡିଆ ଚଳଚ୍ଚିତ୍ରରେ ମଧ୍ୟ ନିଚ୍ଛକ ଅଭିନୟ କରି ଦର୍ଶକଙ୍କ ମନ ଜିଣିଛନ୍ତି । ତାଙ୍କ ବିୟୋଗରେ ଚଳଚ୍ଚିତ୍ର ଜଗତରେ ଶୋକର ଛାୟା ଖେଳିଯାଇଛି । ଅନେକ ବରିଷ୍ଠ କଳାକର ଶୋକ ପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *