ପ୍ରଭାସ ଜାଗା ନେଲେ ଚିରଞ୍ଜୀବୀ
‘ଦ ରାଜା ସାବ୍’ର ସୁଟିଂରେ ବ୍ୟସ୍ତ ଅଛନ୍ତି ସୁପର୍ଷ୍ଟାର୍ ପ୍ରଭାସ। ଫିଲ୍ମଟି ୨୦୨୫ ଏପ୍ରିଲ ୧୦ରେ ରିଲିଜ୍ ହେବ ବୋଲି ଘୋଷଣା କରାଯାଇଥିଲା। ଏବେ ଫିଲ୍ମର ରିଲିଜ୍ ଘୁଞ୍ଚିପାରେ ବୋଲି ଚର୍ଚ୍ଚା ହେଉଛି। ‘ଦ ରାଜା ସାବ୍’ରେ ଅନେକ ଭିଏଫ୍ଏକ୍ସ କାମ ରହିଥିବାରୁ ଏହାର ଏଡିଟିଂ ସରିପାରିନାହିଁ।

ଏହି କାରଣରୁ ଫିଲ୍ମଟି ଏପ୍ରିଲ ୧୦ରେ ରିଲିଜ୍ ହେବା ସମ୍ଭବ ନୁହେଁ। ଅନ୍ୟ ପକ୍ଷରେ ପ୍ରଭାସ୍ଙ୍କ ସ୍ଥାନଟିକୁ ମେଗାଷ୍ଟାର ଚିରଞ୍ଜୀବୀ ନେବେ ବୋଲି ଜଣାଯାଇଛି। ଏପ୍ରିଲ୍ ୧୦ରେ ଚିରଞ୍ଜୀବୀଙ୍କ ଅଭିନୀତ ‘ବିଶ୍ବମ୍ଭରା’ ରିଲିଜ୍ ହେବ ବୋଲି ଚର୍ଚ୍ଚା ହେଉଛି। ଏହି ଫିଲ୍ମରେ ୧୮ବର୍ଷ ପରେ ଚିରୁଙ୍କ ସହ ଅଭିନୟ କରିଛନ୍ତି ତ୍ରିଷା କ୍ରିଷ୍ଣନ୍।
