ରେକର୍ଡ ଭାଙ୍ଗିଲା ପୁଷ୍ପା-୨

ଗୁରୁବାର ବହୁ ପ୍ରତିକ୍ଷିତ ଫିଲ୍ମ ପୁଷ୍ପା-୨ ରିଲିଜ ହୋଇଛି। ଏହି ଫିଲ୍ମ ସିନେମାଘରକୁ ଆସିବା ପୂର୍ବରୁ ସମଗ୍ର ବିଶ୍ୱରେ ଏହାର ଚର୍ଚ୍ଚା ହେଉଛି। ବର୍ତମାନ ଏହାର ଚାହିଦା ଏପରି ରହିଛି ଯେ, ସମସ୍ତେ ଏହି ଫିଲ୍ମକୁ ଦେଖିବା ପାଇଁ ସିନେମାଘର ମୁହାଁ ହୋଇଛନ୍ତି।

ଫିଲ୍ମରେ ଅଲୁ ଅର୍ଜୁନଙ୍କ ସ୍ବାଗ୍ ଏବଂ ରଶ୍ମିକାଙ୍କ ସହିତ ତାଙ୍କର ଯୋଡ଼ିକୁ ଲୋକମାନେ ଖୁବ ପସନ୍ଦ କରୁଛନ୍ତି। ଫିଲ୍ମର ପ୍ରଥମ ପାର୍ଟ ହିଟ୍ ହେବା ପରେ ଏହାର ଦ୍ୱିତୀୟ ପାର୍ଟ ମଧ୍ୟ ସଫଳ ହେବ ବୋଲି ଆଶା କରାଯାଉଛି। ଫିଲ୍ମର ଆଗୁଆ ବୁକିଂ ଏବଂ ପ୍ରଥମ ଦିନର ଆୟକୁ ନଜରରେ ରଖି ସମସ୍ତେ କହୁଛନ୍ତି କି ଏହି ଫିଲ୍ମ ଦକ୍ଷିଣ ଭାରତୀୟ ସିନେମା ସହିତ ବାକି ସମସ୍ତ ଫିଲ୍ମର ରେକର୍ଡ ମଧ୍ୟ ଭାଙ୍ଗିଦେବ।ଏଭଳି ସ୍ଥିତିରେ ଫିଲ୍ମର ଲିଡ ଷ୍ଟାରକାଷ୍ଟ ମଧ୍ୟ ଅଭିନୟ ପାଇଁ ମୋଟା ଅଙ୍କର ଫିସ ଚାର୍ଜ କରିଛନ୍ତି। ତେବେ ଆସନ୍ତୁ ଜାଣିବା ସୁପରଷ୍ଟାର ଅଲୁ ଅର୍ଜୁନ, ରଶ୍ମୀକା ମାନ୍ଧାନ ଏବଂ ଫହାଦ ଫସିଲଙ୍କୁ କେତେ ଟଙ୍କା ମିଳିଛି। ଅଲୁ ଅର୍ଜୁନଙ୍କ ପ୍ରଶଂସକ ସବୁଆଡେ ରହିଛନ୍ତି, ଆଉ ଏକଥା ସେ ବହୁତ ଭଲସେ ଅବଗତ। ଲୋକମାନେ ତାଙ୍କ ପସନ୍ଦର ଅଭିନେତାଙ୍କ ଟିକିଏ ଝଲକ ଦେଖିବାକୁ ସିନେମାଘରରେ ପହଞ୍ଚିଯାଇଥାନ୍ତି। ଏଭଳି କ୍ଷେତ୍ରରେ ଅଭିନେତାଙ୍କୁ ଫିଲ୍ମର ନିର୍ମାତାଙ୍କ ନିକଟରୁ ବହୁତ ମୋଟା ଅଙ୍କର ପାରିଶ୍ରମିକ ମିଳିଛି।

Leave a Reply

Your email address will not be published. Required fields are marked *