ଭାରତୀୟଙ୍କୁ ଉଦ୍ଧାର କଲା ପାକିସ୍ତାନ ସେନା

ପାକିସ୍ତାନ ସାମୁଦ୍ରିକ ସୁରକ୍ଷା ଏଜେନ୍ସି (ପିଏମଏସଏ) ବୁଧବାର ଭାରତୀୟଙ୍କୁ ଏପରି ବିପଦରୁ ଉଦ୍ଧାର କରିଛି। ଭାରତୀୟ କାର୍ଗୋ ଜାହାଜ ଏମଏସଭି ଏଏଲ ପିରାନପିର ବୁଡ଼ିଯିବା ପରେ ୧୨ ଜଣ କର୍ମଚାରୀଙ୍କୁ ପାକିସ୍ତାନୀ ସେନା ଜୀବନ୍ତ ଉଦ୍ଧାର କରିଛନ୍ତି।ବୁଧବାର ଜାରି ଏକ ବିବୃତିରେ ପିଏମଏସଏ କହିଛି ଯେ, ଭାରତର ମୁମ୍ବାଇର ସାମୁଦ୍ରିକ ଉଦ୍ଧାର ସମନ୍ବୟ କେନ୍ଦ୍ର(ଏମଆରସିସି)ରୁ ଏକ ଇ-ମେଲ ମିଳିଥିଲା।

ବୁଡ଼ି ଯାଇଥିବା ଜାହାଜର ଲୋକଙ୍କୁ ଖୋଜିବା ଏବଂ ଉଦ୍ଧାର କରିବା ପାଇଁ ଏଥିଲେ ସହାୟତା ଲୋଡା ଯାଇଥିଲା। ସୂଚନା ଅନୁଯାୟୀ ଏହି ଜାହାଜ ପାକିସ୍ତାନର ଏକ୍ସକ୍ଲୁସିଭ ଇକୋନୋମିକ ଜୋନରେ ବୁଡ଼ି ଯାଇଥିଲା ଏବଂ ଏହାର ୧୨ ଜଣ କ୍ରୁ ସଦସ୍ୟ ସମୁଦ୍ରରେ ଫସି ରହିଥିଲେ।

Leave a Reply

Your email address will not be published. Required fields are marked *