ସାଟେଲାଇଟରେ ସମସ୍ୟା

PROBA-3 ମିଶନକୁ ବୈଷୟିକ ତ୍ରୁଟି କାରଣରୁ ସ୍ଥଗିତ ରଖାଯାଇଛି । ଏହି ମିଶନକୁ ଆସନ୍ତାକାଲି ପାଇଁ ପୁନଃନିର୍ଦ୍ଧାରିତ କରାଯାଇଛି । କାଲି ସନ୍ଧ୍ୟା ୪ଟା ୧୨ରେ ISRO ଶ୍ରୀହରିକୋଟା ମହାକାଶ କେନ୍ଦ୍ରରୁ ମିଶନକୁ ଲଞ୍ଚ୍ କରିବ ।PROBA-3 ହେଉଛି ୟୁରୋପୀୟ ସ୍ପେସ୍ ଏଜେନ୍ସି (ESA) ର ଏକ ମିଶନ୍ । PROBA-3 ମିଶନ୍ ସୂର୍ଯ୍ୟଙ୍କ କରୋନା ଅଧ୍ୟୟନ କରିବ । ESA ମୁତାବକ, ଏହି ମିଶନ୍ ସୂର୍ଯ୍ୟଙ୍କ ବାୟୁମଣ୍ଡଳର ବାହ୍ୟ ଏବଂ ଉତ୍ତପ୍ତ ସ୍ତରକୁ ଅଧ୍ୟୟନ କରିବ ।

ସୂର୍ଯ୍ୟଙ୍କ ବାହ୍ୟ ବାୟୁ ମଣ୍ଡଳକୁ ସୂର୍ଯ୍ୟଙ୍କ କରୋନା କୁହାଯାଏ ।ଏହି ମିଶନରେ ISRO ର ବାଣିଜ୍ୟିକ ଶାଖା ନ୍ୟୁ ସ୍ପେସ୍ ଇଣ୍ଡିଆ ଲିମିଟେଡ୍ (NSIL) ସହଯୋଗ କରୁଛି । ISRO ଏହା ପୂର୍ବରୁ ଦୁଇଟି ପ୍ରୋବା ମିଶନ୍ ଲଞ୍ଚ୍ କରି ସାରିଛି । ୨୦୦୧ରେ ପ୍ରଥମ PROBA-1 ଲଞ୍ଚ୍ କରାଯାଇଥିଲା । ୨୦୦୯ରେ ଦ୍ୱିତୀୟ PROBA-2 ମିଶନ୍ ଲଞ୍ଚ୍ ହୋଇଥିଲା । ଉଭୟ ମିଶନରେ ଇସ୍ରୋକୁ ସଫଳତା ମିଳିଥିଲା ।‘PROBA-3’ ମିଶନ୍ ଦୁଇଟି ମୁଖ୍ୟ ମହାକାଶ ଯାନରୁ ଉତକ୍ଷେପଣ ହେବ । ପ୍ରଥମଟି ହେଉଛି ଅକଲ୍ଟର୍, ଯାହାର ଓଜନ ୨୦୦ କିଲୋଗ୍ରାମ । ଅନ୍ୟଟି କରୋନାଗ୍ରାଫ୍, ଏହାର ଓଜନ ୩୪୦ କିଲୋଗ୍ରାମ । ଲଞ୍ଚିଂ ପରେ ଉଭୟ ସାଟେଲାଇଟ୍ ଅଲଗା ହୋଇଯିବ । ପରେ ସୋଲାର କରୋନାଗ୍ରାଫ୍ ଗଠନ ପାଇଁ ସେଗୁଡ଼ିକୁ ଏକ ସାଥୀରେ ପୋଜିସନ କରାଯିବ ।

Leave a Reply

Your email address will not be published. Required fields are marked *