ଓଡ଼ିଶା ଆସିବେ ରାଷ୍ଟ୍ରପତି

ଆସନ୍ତା ୩ ତାରିଖରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓଡ଼ିଶା ଆସିବେ । ରାଷ୍ଟ୍ରପତିଙ୍କର ଏହି ପାଞ୍ଚଦିନିଆ ଗସ୍ତ ଅବସରରେ ସେ ଭୁବନେଶ୍ୱର, ପୁରୀ ଓ ମୟୂରଭଞ୍ଜରେ ଆୟୋଜିତ ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେବେ । ଏନେଇ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ମଙ୍ଗଳବାର ଅପରାହ୍ଣ ୨.୩୦ରେ ରାଷ୍ଟ୍ରପତି ଦିଲ୍ଲୀ ସ୍ଥିତ ରାଷ୍ଟ୍ରପତି ଭବନରୁ ବାହାରିବେ ଓ ବାୟୁସେନାର ସ୍ୱତନ୍ତ୍ର ବିମାନ ଯୋଗେ ଅପରାହ୍ଣ ୫ଟାରେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିବେ ।

ଏହାପରେ ରାଷ୍ଟ୍ରପତି ୫.୩୦ରେ ଚନ୍ଦ୍ରଶେଖରପୁର ନିଳାଦ୍ରୀ ବିହାରରେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିବା ସହ ଏକ ସାଧାରଣ ସଭାରେ ଯୋଗଦେବେ । ୬.୨୫ରେ ସେ ରାଜଭବନରେ ପହଞ୍ଚି ସେଠାରେ ରାତ୍ରିଯାପନ କରିବେ । ୪ ତାରିଖ ସକାଳ ୯ଟାରେ ରାଷ୍ଟ୍ରପତି ରାଜଭବନରୁ ବାହାରି ୯.୨୦ରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ । ସେଠାରୁ ସେ ଏକ ସ୍ୱତନ୍ତ୍ର ବିମାନ ଯୋଗେ ବାହାରି ୯.୫୫ରେ ପୁରୀର ତାଳବଣିଆ ହେଲିପ୍ୟାଡ ପଡ଼ିଆରେ ପହଞ୍ଚିବେ । ଏହାପରେ ୧୦.୦୫ରେ ସେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବେ । ୧୦୫୦ରେ ସେ ଗୋପବନ୍ଧୁ ଆୟୁର୍ବେଦିକ କଲେଜର ୭୫ତମ ବାର୍ଷିକୀ ଉତ୍ସବରେ ସାମିଲ ହେବେ ।ଏହାପରେ ମଧ୍ୟାହ୍ନ ୧୨.୧୦ରେ ରାଷ୍ଟପ୍ରତି ପୁରୀ ରାଜଭବନରେ ମଧ୍ୟାହ୍ନ ଭୋଜନ କରିବେ । ୩.୫୫ରେ ନୌସେନା ଦିବସରେ ଯୋଗଦେବା ନିମନ୍ତେ ବାହାରିବେ । ୨୦୦ ମିଟର ପର୍ଯ୍ୟନ୍ତ ଚାଲିଚାଲି ଯାଇ ରାଷ୍ଟ୍ରପତି ନୌସେନା ଦିବସ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ ୪.୦୫ରେ ସେ ଏହି କାର୍ଯ୍ୟକ୍ରମରେ ନୌସେନାର କୌଶଳ ପ୍ରଦର୍ଶନ ଓ ପ୍ରତିରକ୍ଷାରେ ବ୍ୟବହାର କରାଯାଉଥିବା ଯୁଦ୍ଧ ସାମଗ୍ରୀ ପ୍ରଦର୍ଶନକୁ ଦେଖିବେ । ୫.୪୫ରେ କାର୍ଯ୍ୟକ୍ରମ ସାରି ୫.୫୫ରେ ରାଜଭବନରେ ରାତ୍ରିଯାପନ କରିବେ । ୫ ତାରିଖ ଦିନ ୯.୫୫ରେ ତାଳବଣିଆ ହେଲିପ୍ୟାଡରୁ ବାହାରି ୧୦.୩୦ରେ ଭୁବନେଶ୍ୱର ଏୟାରପୋର୍ଟରେ ପହଞ୍ଚିବେ । ୧୦.୫୫ରେ ଓୟୁଏଟି କ୍ୟାମ୍ପସର ୪୦ତମ ସମାବର୍ତ୍ତନ ଉତ୍ସବରେ ସାମିଲ ହେବେ । ୧୨ଟାରେ ରାଜଭବନରେ ମଧ୍ୟାହ୍ନଭୋଜନ କରି ୫.୨୦ରେ କଳ୍ପନା ସ୍ଥିତ ଭୁବନେଶ୍ୱର କୋର୍ଟର ଜୁଡିସିଆଲ କମ୍ପ୍ଲେକ୍ସର ଉଦଘାଟନ କରିବେ । ୬.୩୦ରେ ରାଜଭବନରେ ପହଞ୍ଚି ସେଠାରେ ରାତ୍ରିଯାପନ କରିବେ । ୬ ତାରିଖ ସକାଳ ୯.୦୫ରେ ଏଜି ଛକ ସ୍ଥିତ ବିଆର ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବେ । ୯.୧୫ରେ ସେଠାରେ ମହାନର୍ବ ନିର୍ବାଣ ଦିବସରେ ସାମିଲ ହେବେ । 

Leave a Reply

Your email address will not be published. Required fields are marked *