ଅରବିନ୍ଦଙ୍କ ବଡ଼ ବିବୃତ୍ତି

ଆମ୍ ଆଦ୍‌ମୀ ପାର୍ଟୀର ସଂଯୋଜକ ଅରବିନ୍ଦ କେଜ୍ରିୱାଲ ବଡ଼ ବିବୃତ୍ତି ଦେଇଛନ୍ତି। କେଜ୍ରିୱାଲ କହିଛନ୍ତି ଯେ, ଦିଲ୍ଲୀ ନିର୍ବାଚନରେ ଆମ୍ ଆଦମୀ ପାର୍ଟୀ କାହା ସହ ବି ମେଣ୍ଟ କରିବେ ନାହିଁ। ସେ କହିଛନ୍ତି ଯେ, ଆପ୍ ଜାତୀୟ ସ୍ତରରେ ଇଣ୍ଡିଆ ମେଣ୍ଟର ଏକ ଅଂଶ ହୋଇ ରହିବ। ରବିବାର ପ୍ରେସ ମିଟରେ କେଜ୍ରିୱାଲ ଏହି କଥା କହିଛନ୍ତି। କୁହାଯାଉଛି ଯେ, ହରିୟାଣା ଏବଂ ମହାରାଷ୍ଟ୍ରରେ ଇଣ୍ଡିଆ ମେଣ୍ଟକୁ ପରାଜୟ ମିଳିବା ପରେ କେଜ୍ରିୱାଲ ଏହି ନିଷ୍ପତ୍ତି ନେଇଛନ୍ତି

ରବିବାର ଦିନ ଏକ ସାମ୍ବାଦିକ ସମ୍ମିଳନୀରେ ଅରବିନ୍ଦ କେଜ୍ରିୱାଲ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି ଯେ, ରାଜଧାନୀରେ ଆଇନ ଶୃଙ୍ଖଳା ପରିସ୍ଥିତି ଅତ୍ୟନ୍ତ ଖରାପ। ଦିଲ୍ଲୀରେ ଭୟର ବାତାବରଣ ରହିଛି, ମହିଳାମାନେ ଭୟଭୀତ ଅଛନ୍ତି। ଆଜି ଦେଶର ରାଜଧାନୀ ଗ୍ୟାଙ୍ଗଷ୍ଟରଙ୍କ ଅଧୀନରେ ରହିଛି। 

Leave a Reply

Your email address will not be published. Required fields are marked *