ଚେନ୍ନାଇରେ ପ୍ରବଳ ବର୍ଷା
ଚେନ୍ନାଇ : ସ୍ଥଳଭାଗ ଛୁଇଁବା ପରେ ବାତ୍ୟା ଫେଞ୍ଜଲ ରଚିବ ତାଣ୍ଡବ । ଏବେ ଠାରୁ ଆକାଶକୁ ଘୋଡିଆସିଲାଣି ବର୍ଷା । ଚେନ୍ନାଇ ଓ ପୁଡୁଚେରୀ ସମେତ ତାମିଲନାଡୁର କେତେକ ସ୍ଥାନରେ ପ୍ରବଳ ବର୍ଷା ହୋଇଛି। ବର୍ଷା ସହ ପ୍ରାୟ ୯୦ କିମି ବେଗରେ ପବନ ବହିବା ଯୋଗୁ ଜନଜୀବନ ବ୍ୟାହତ ହୋଇଛି।

ପ୍ରାୟ ୪ ଘଣ୍ଟା ଭିତରେ ବାତ୍ୟା ତାମିଲନାଡ଼ୁ ଅତିକ୍ରମ କରିଥିବା ଜଣାପଡ଼ିଛି। ଚେନ୍ନାଇ ବିମାନବନ୍ଦରରେ ବିମାନ ଚଳାଚଳ ଓ ଲୋକାଲ ଟ୍ରେନ୍ ଚଳାଚଳ ପ୍ରଭାବିତ ହୋଇଛି। ରବିବାର ଭୋର ୪ଟା ପର୍ଯ୍ୟନ୍ତ ବିମାନ ଚଳାଚଳ ବନ୍ଦ ରହିବ ବୋଲି ସରକାରୀ ଏକ୍ସ ହ୍ୟାଣ୍ଡେଲରେ ସୂଚନା ଦିଆଯାଇଛି। ତାମିଲନାଡୁର ୭ଟି ଉପକୂଳବର୍ତ୍ତୀ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ରେଡ୍ ଆଲର୍ଟ ଜାରି କରାଯାଇଛି।