ଡିଜି-ଆଇଜି ସମ୍ମିଳନୀର ଦ୍ବିତୀୟ ଦିନ
ଭୁବନେଶ୍ବର : ଆଜି ସର୍ବଭାରତୀୟ ପୋଲିସ ଡିଜି-ଆଇଜି ସମ୍ମିଳନୀର ଦ୍ବିତୀୟ ଦିନ । ଗତକାଲି ସମ୍ମିଳନୀକୁ ଅମିତ ଶାହ ଉଦଘାଟନ କରିଥିଲେ। ଭୁବନେଶ୍ବର ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ଆଜି ସମ୍ମିଳନୀରେ ଯୋଗ ଦେବେ । ଦ୍ବିତୀୟ ଓ ତୃତୀୟ ଦିନରେ ପ୍ରଧାନମନ୍ତ୍ରୀ ସମ୍ମିଳନୀରେ ଅଧ୍ୟକ୍ଷତା କରିବେ । ୫୯ ତମ ପୋଲିସ ଡିଜି-ଆଇଜି ସମ୍ମିଳନୀକୁ ଗତକାଲି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଉଦଘାଟନ କରିଥିଲେ ।

ଏହି ଅବସରରେ ସେ କହିଥିଲେ, ଦେଶର ପୂର୍ବ ସୀମାରେ ପରିବର୍ତ୍ତନଶୀଳ ସୁରକ୍ଷା, ପ୍ରବାସ ଧାରା ଓ ସହରୀ ପୋଲିସ ବ୍ୟବସ୍ଥା ଭଳି ବିଷୟ ଉପରେ ଧ୍ୟାନ ଦିଆଯିବା ଉଚିତ । ଶୂନ୍ୟ ସହନଶୀଳତା ନୀତି କାର୍ଯ୍ୟକାରୀ କରିବା ପାଇଁ ଶୂନ୍ୟ ସହନଶୀଳତା ରଣନୀତି ଓ ଶୂନ୍ୟ ସହନଶୀଳତା କାର୍ଯ୍ୟାନୁଷ୍ଠାନ ଦିଗରେ ପଦକ୍ଷେପ ନେବାକୁ ଆହ୍ବାନ ଦେଇଥିଲେ । ଶାହା ଅଭିଭାଷଣରେ୨୦୨୪ ସାଧାରଣ ନିର୍ବାଚନକୁ ଶାନ୍ତି ଶୃଙ୍ଖଳାର ସହ ପରିଚାଳନା ଓ ୩ ନୂଆ ଅପରାଧିକ ଆଇନକୁ ବାଧାମୁକ୍ତ ଭାବେ କାର୍ଯ୍ୟକାରୀ କରିଥିବାରୁ ପୋଲିସ ନେତୃତ୍ବକୁ ଅଭିନନ୍ଦନ ଜଣାଇଥିଲେ । ଜାମ୍ମୁକାଶ୍ମରୀ, ଉତ୍ତରପୂର୍ବ ରାଜ୍ୟ ଓ ବାମପନଥୀ ଉଗ୍ରବାଦ ପ୍ରଭାବିତ ଅଞ୍ଚଳରେ ସୁରକ୍ଷା ସ୍ଥିତିର ସୁଧାର ଭଳି ଗୁରୁତ୍ବପୂର୍ଣ୍ଣ ସଫଳତା ଉପରେ ଶାହା ସନ୍ତୋଷ ପ୍ରକାଶ କରିଥିଲେ । ଏହି ୩ ଦିନିଆ ସମ୍ମିଳନୀରେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ, ବିଭିନ୍ନ ରାଜ୍ୟର ପୋଲିସ ଡିଜି, ଆଇଜି ରାଙ୍କର ଅଧିକାରୀ ଉପସ୍ଥିତ ଅଛନ୍ତି । ବିଭିନ୍ନ ରାଜ୍ୟର ପୋଲିସ ଡିଜି, ଆଇଜି ରାଙ୍କର ଅଧିକାରୀ, ଗୁଇନ୍ଦା ନିର୍ଦ୍ଦେଶକ ତପନ ଡେକା ଓ ସିବିଆଇ ନିର୍ଦ୍ଦେଶକ ପ୍ରବୀଣ ସୁଦ୍ ସମ୍ମିଳନୀରେ ଯୋଗ ଦେଇଛନ୍ତି ।୩ ନୂଆ ଅୁରାଧିକ ଆଇନକୁ ଦେଶର ଶୀର୍ଷ ନେତୃତ୍ବ ଆଗାମୀ ଦୁଇ ଦିନ ମଧ୍ୟରେ ବାମପନ୍ଥୀ ଉଗ୍ରବାଦ, ଉପକୂଳ ସୁରକ୍ଷା, ନିଶାଦ୍ରବ୍ୟ କାରବାର, ସାଇବାର ଅପରାଧ ଓ ଆର୍ଥିକ ସୁରକ୍ଷା ସମେତ ସାଂପ୍ରତିକ ଓ ଭବିଷ୍ୟତର ଜାତୀୟ ସୁରକ୍ଷା ଆହ୍ବାନର ମୁକାବିଲା ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିବେ ।